ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟରେ ଧାରଣା: ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ 

72

କନକ ବ୍ୟୁରୋ: ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ  । ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ଗ୍ରାମବାସୀ ଙ୍କ ପାଟିତୁଣ୍ଡ  । ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଘେରିଲେ ଗାଁଲୋକେ । ମହିଳାମାନେ ହାତରେ ଗରା,ମାଠିଆ ଓ ବାଲ୍ଟି ଧରି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ଉମରକୋଟ ବ୍ଲକ କୋକୋଡା ପଂଚାୟତରେ ଥିବା ବୋକଡ ଓ ଆମ୍ଲଭଟା ଗ୍ରାମ ପାଇଁ ରହିଛି ଗୋଟିଏ ପାଣି ଟାଙ୍କି । କିନ୍ତୁ ଏହି ପାଣି ଟାଙ୍କିରୁ କେବଳ ବୋକଡା ଗ୍ରାମବାସୀଙ୍କୁ ପାନୀୟ ଜଳ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଅମାଲାଭଟା ଗାଁଲୋକେ । ସେପଟେ ଅମଲାଭଟା ଗାଁରେ ଦୁଇଟି ନଳକୂପ ରହିଥିଲେବି ସେଥିର ୁଖରାପ୍ ପାଣି ବାହାରୁଥିବାରୁ ଗ୍ରାମବାସୀ ନଦୀ ନାଳଉପରେ ନିର୍ଭର କରୁଛନ୍ତି । ଅମଲଭଟା ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନକଲେ ଧାରଣାରୁ ଉଥିବେ ନାହିଁ ବୋଲି କହିଛନ୍ତି  । ସେପଟେ ବିଭାଗୀୟ ଯନ୍ତ୍ରୀ ଶରତ ବେହେରା କହିଛନ୍ତି ବୋକଡା ଓ ଆମଲଭଟା ପାଇଁ ଗୋଟିଏ ସ୍କିମ୍ ରହୁଥିଲା । ଅମାଲଭଟା ଗାଁ ଲୋକ ଅଲଗା ଭାବରେ ସ୍କିମ ଚାହୁଛନ୍ତି । ବର୍ତମାନ ସମସ୍ୟାର ସମାଧାନ ପାଇଁ ଗାଁରେ ଗୋଟିଏ ବୋରୱେଲ ଖୋଲି ସମସ୍ୟାରେ ସମାଧାନ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।