ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା : ଆଣିଲେ ନିର୍ଯାତନା ଅଭିଯୋଗ; ଦୁଇ କର୍ମଚାରୀ ଧମକ ଚମକ ଦେବା ପରେ ଥାନାକୁ ଯାଇଛି ମାମାଲା

ଗତକାଲି ଗିରଫ ହୋଇଥିଲେ ୨ ଜଣ

185

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଆରମ୍ଭ ହୋଇଛି । ଆଜି ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା । କର୍ମଚାରୀ ଅଭିଯୋଗ କରିଛନ୍ତି, ଓଟିଭି ଏମଡି ଜାଗି ପଣ୍ଡାଙ୍କ ବାପା ଓ ଭାଇ ସେମାନଙ୍କୁ ଗାଳି ଦେଇ ବାହାରିଯିବାକୁ ଧମକ ଦେଇଥିଲେ । ଖରା ସତ୍ତ୍ୱେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଗତକାଲି ଓଟିଭିର ଦୁଇଜଣ କର୍ମଚାରୀ ଏହି ଠିକା କର୍ମଚାରୀଙ୍କୁ ଗାଳିଗୁଳକ କରି ଧମକ ଚମକ ଦେବା ଅଭିଯୋଗ ହୋଇଥିଲା । ଏନେଇ ବାଘମାରି ଥାନାରେ ଏତଲା ବି ଦିଆଯାଇଥିଲା । ଘଟଣାରେ ଦୁଇଜଣ କର୍ମଚାରୀ ଗିରଫ ହୋଇଛନ୍ତି ।