ବଢିଚାଲିଛି ଭାରତୀୟଙ୍କ ମୁଣ୍ଡପିଛା ଋଣ । ଆପଣଙ୍କ ମୁଣ୍ଡ ଉପରେ କେତେ ଋଣ? ପଢ଼ନ୍ତୁ…

658

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲଠୁ ସିଲିଣ୍ଡର ଦରଦାମ୍ ବୃଦ୍ଧି ଭିତରେ ଆଉ ଏକ ଖବର ଯାହା ଆପଣଙ୍କୁ ଝଟକା ଦେଇପାରେ । ଆପଣଙ୍କ ମୁଣ୍ଡ ପିଛା ଋଣ କେତେ? ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଭାରତୀୟଙ୍କ ପରିବାର ପିଛା ଋଣର ହିସାବ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟରେ ଦିଆଯାଇଛି । ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ପରିବାର ପିଛା ଭାରତ ସରକାରଙ୍କ ଋଣ ଅଧିକ ରହିଛି । କିଛିଦିନ ତଳେ ବିଧାନସଭାରେ ଓଡିଶାରେ ମୁଣ୍ଡପିଛା ଋଣ ନେଇ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ପ୍ରତ୍ୟେକ ଭାରତୀୟ ଏବଂ ଓଡିଶାବାସୀଙ୍କ ମୁଣ୍ଡପିଛା ଋଣ କେତେ ?

– ଦେଶରେ ଗ୍ରାମାଂଚଳରେ ପରିବାର ପିଛା ୠଣ ୬୦ ହଜାର ଟଙ୍କା
– ସହରାଞ୍ଚଳରେ ପରିବାର ପିଛା ଋଣଭାର ୧ ଲକ୍ଷ ୨୦ ହଜାର
– ଓଡିଶାରେ ମୁଣ୍ଡପିଛା ୠଣ ଭାର ୨୩ ହଜାର ୭୬୧ ଟଙ୍କା
– ୨୦୧୧-୧୨ରେ ଓଡିଶାରେ ମୁଣ୍ଡପିଛା ରୁଣ ଥିଲା ୯ ହଜାର ୧୪୪ ଟଙ୍କା
– ବିଧାନସଭାରେ ଏହି ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
– ଦେଶରେ କୃଷି ପରିବାର ପିଛା ୠଣ ୭୪ ହଜାର ୪୬୦ ଟଙ୍କା
– ଅଣକୃଷି ପରିବାର ପିଛା ଦେଶରେ ୠଣ ୪୦ ହଜାର ୪୩୨ ଟଙ୍କା
– ସହରାଂଚଳରେ ସ୍ୱାବଲମ୍ବୀ ପରିବାର ପିଛା ୠଣ ୧ ଲକ୍ଷ ୮୦ ହଜାର
– ହେଲେ ଅନ୍ୟାନ୍ୟ ପରିବାର ପିଛା ୠଣ ଭର ୯୯ ହଜାର ୩୫୩
– ଦେଶରେ ୨୦୧୯ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ହୋଇଥିଲା ସେର୍ଭକ୍ଷଣ

ସେପଟେ ଗତ ସୋମବାର ଦିନ ବିଧାନସଭାରେ ରାଜ୍ୟର ମୁଣ୍ଡପିଛା ଋଣ ନେଇ ତଥ୍ୟ ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌମରଞ୍ଜନ ପଟ୍ଟନାୟକ ।  ଆଉ ଗୃହରେ ଏହାର ଲିଖିତ ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ କହିଥିଲେ,  ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା ହେବ। ୨୦୧୧ -୧୨ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିବା ବେଳେ  ୨୦୨୧-୨୨ ରେ ୨୩୭୬୧.୮୩  ଟଙ୍କାରେ ପହଞ୍ଚିଛି ।  ଅଥାର୍ତ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର ଦୁଇଗୁଣାରୁ ଅଧିକ ହୋଇଛି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ରହିଛି । ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ ।