କନକ ବ୍ୟୁରୋ: ଭଙ୍ଗା ଘରେ ବିତୁଛି ଜୀବନ । ପ୍ରଶାସନ ପକ୍ଷରୁ ଗରିବଙ୍କ ପାଇଁ ଅନେକ ଯୋଜନା, ହେଲେ ଏବେ ବି ବହୁ ଲୋକ ସେହି ଭଙ୍ଗାରୁଜା ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏମିତିକି କିଛି ଦୃଶ୍ୟ କଟକ ସାଲେପୁର ସମିତଙ୍ଗା ଗାଁରେ ଦେଖିବାକୁ ମିଳିଛି । ଗାଁର ବହୁ ପରିବାର ସମସ୍ତ ଯେଜନାରୁ ବଞ୍ଚିତ ରହିଛନ୍ତି । କେଉଁଠି ପାଲ ଟଣାଯାଇଛି ଆଉ କେଉଁଠି ବାଉଁଶ ଘେରା ଘର ଖୋଲା ମୁକୁଳା ହୋଇପଡ଼ିଛି । ଭଙ୍ଗା ଦଦରା ଘରେ ପରିବାର ସହ ଜୀବନ ବିତୁଛି । ବାସହରା ସହ ଅଭାବ ଅନଟନ ଭିତରେ ଜୀବନ ବିତୁଥିବା ବେଳେ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି ।
ପରିବାର ବଞ୍ଚାଇବାକୁ ପ୍ରତିଦିନ ଚାଲିଛି ସଂଘର୍ଷ । ପ୍ରାୟ ୧୫ରୁ ଅଧିକ ପରିବାର ଏହି ସମସ୍ୟା ଭିତରେ ରହୁଥିବା ବେଳେ ବହୁବାର ଅଭିଯୋଗ ବି କରିଛନ୍ତି । ହେଲେ ସମସ୍ତଙ୍କ ସମସ୍ୟା ଶୁଣିବାକୁ ଯେମିତି କେହିନାହିଁ । ପ୍ରତିବର୍ଷ ପୁଣି ବାତ୍ୟା ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/R-19.jpg)