କନକ ବ୍ୟୁରୋ: ଏଥର ପୂର୍ଣ୍ଣାଙ୍ଗ ବଜେଟରୁ ସାଧାରଣ ଜନତାଙ୍କର ଅନେକ ଆଶା ରହିଛି । ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏଥର ମୋଦୀ ସରକାର କ’ଣ ଉପହାର ରଖିଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ବଜେଟରୁ ବଡ଼ ଆଶା:
- ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡ୍ ମ୍ୟାପ୍
- ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିବ
- ପିଏମ କିଷାନ ସମ୍ମାନ ନିଧିକୁ ବୃଦ୍ଧି କରାଯାଇପାରେ
- କୃଷି କ୍ଷେତ୍ରର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ
- ଗ୍ରାମାଞ୍ଚଳରେ ପିଏମ୍ ଆବାସ ଯୋଜନାକୁ ନେଇ ହୋଇପାରେ ଘୋଷଣା
- ମନରେଗା କାର୍ୟ୍ୟଦିବସ ବଢ଼ାଇବାର ସମ୍ଭାବନା
- ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କ ଉପରେ ଫୋକସ୍
- ନୂଆ ଟିକସ ବ୍ୟବସ୍ଥାରେ ଆୟକର ଛାଡ଼ ସ୍ଲାବକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ
- ଗୃହ ନିର୍ମାଣ ଋଣ ଉପରେ ମଧ୍ୟ ନୂଆ ରିହାତି ମିଳିବାର ସମ୍ଭାବନା
- ଭିତ୍ତିଭୂମି ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇପାରେ
- ଏମଏସଏମଇରେ ବିଶେଷ ଧ୍ୟାନ ଦିଆଯାଇପାରେ
- ଇଭି ବା ଇଲେକ୍ଟିକ ଭେହିକଲ ପାଇଁ ନୂଆ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇପାରେ
ରେଳ ବଜେଟରୁ ଆଶା :
- ରେଳ ଦୁର୍ଘଟଣା ରୋକିବାକୁ ପଦକ୍ଷେପ
- ରେଳ କବଚ ପାଇଁ ଧାର୍ୟ୍ୟ ରାଶିରେ ବୃଦ୍ଧି
- ପ୍ରଥମ ପର୍ୟ୍ୟାୟରେ ୪,୫୦୦ କିଲୋମିଟର ନେଟୱର୍କ ପର୍ୟ୍ୟନ୍ତ ଲାଗିବ କବଚ
- ମାଲଗାଡ଼ିର ୱାଗନ ସଂଖ୍ୟା ବୃଦ୍ଧି କରାଯିବ
- ଶସ୍ତା ହୋଇପାରେ ରେଳ ଟିକେଟ
- ବଢ଼ିପାରେ ଟ୍ରେନ୍ କୋଚ୍ ସଂଖ୍ୟା
- ବରିଷ୍ଠ ନାଗରିକଙ୍କୁ ମିଳିପାରେ ଅଧିକ ସୁବିଧା
- ନୂଆ ବୁଲେଟ୍ ଟ୍ରେନ କରିଡର ପାଇଁ ଭିତ୍ତିଭୂମି
- ମେଟ୍ରୋ ନେଟୱର୍କ, ନମୋ ଭାରତ କରିଡର ପାଇଁ ବଢ଼ିପାରେ ଅନୁଦାନ
- ୩ରୁ ୪ ନୂଆ ଇକୋନୋମିକ କରିଡର ଘୋଷଣା
- ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ୍ ସଂଖ୍ୟା ବୃଦ୍ଧି
- ନୂଆ ଲାଇନ, ବିଦ୍ୟୁତିକରଣ ପରିଯୋଜନା ଉପରେ ଗୁରୁତ୍ବ
- ଷ୍ଟେସନ ଆଧୁନିକୀକରଣ ସମେତ ଅନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ
- ୨୫୦ ନୂଆ ଏସି ଟ୍ରେନର ଶୁଭାରମ୍ଭ
- ଅଗଷ୍ଟ ୧୫ରୁ ବନ୍ଦେ ଭାରତ ସ୍ଲିପର ଭର୍ସନ