କମେଂଟ ମାରି ଛେଚା ଖାଇଲେ ଯୁବକ ! ଛାତ୍ରୀଙ୍କୁ କମେଂଟ୍ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିବାରୁ ୩ଜଣ ଯୁବକଙ୍କୁ ନିର୍ଧୁମ ପିଟିଲେ ସ୍ଥୀନୀୟ ଲୋକେ

41

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ କମେଂଟ ମରା । ଯୁବକଙ୍କୁ ଧରି ନିସ୍ତୁକ ଛେଚିଲେ ସ୍ଥାନୀୟ ଲୋକ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟରେ ଥିବା ଏଟିିମଏମ ପାଖରେ ଘଟିଥିଲା ଏଭଳି ଘଟଣା । ତିନିଜଣ କଲେଜ ଛାତ୍ରୀ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ କମେଂଟ୍ ମାରିଥିଲେ । ଏକ ପଲସର ବାଇକରେ ଆସିଥିବା ଏହି ଯୁବକମାନେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ ।

ସେଠାରେ ଉପସ୍ଥିତ ଥିବା ବ୍ୟାଙ୍କ କର୍ମଚାରୀ ଯୁବକ ମାନଙ୍କୁ ତାଗିଦ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ସହ ସ୍ଥାନୀୟ ଲୋକ ଏକାଠି ହୋଇ ଯୁବକ ମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଯୁବକ ମାନଙ୍କୁ ଉଦ୍ଧାର କରିବା ସହ ଅଟକ ରଖି ତଦନ୍ତ ଚଳାଇଛି ।

ସେପଟେ, ଭାଇରାଲ ହେଲା ନବବଧୂଙ୍କ ଅଶ୍ଳୀଳ ଭିଡ଼ିଓ । ଭାଇରାଲ କଲା ମହିଳାଙ୍କ ପୁରୁଷ ବନ୍ଧୁ । ଏଭଳି ଘଟଣା ଘଟିଛି ଜୟପୁର ସହରରେ । ଗୋଟିଏ କି ଦୁଇଟି ନୁହେଁ ୩୬ଟି ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିଛି ମହିଳାଙ୍କ ପୁରୁଷ ବନ୍ଧୁ ଜଣକ । ବିବାହର ମାତ୍ର ୧୦ ଦିନ ପରେ ଭାଇରାଲ ହୋଇଛି ଏହି ଅଶ୍ଳୀଳ ଭିଡ଼ିଓ । ଭିଡ଼ିଓକୁ ଭାଇରାଲ କରିଥିବା ଯୁବକଙ୍କୁ ଗିରଫ କରିଛି ଜୟପୁର ପୋଲିସ ।

ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ନବବଧୂଙ୍କ ସହିତ ତାଙ୍କ ସ୍ୱାମୀ ଆଉ ରହିବାକୁ ଚାହୁଁନଥିବା ଜଣାପଡିଛି । ପତ୍ନୀଙ୍କୁ ଆଉ ରଖିବାକୁ ଚାହୁଁନଥିବା ଦର୍ଶାଇ ଏ ସଂପର୍କରେ ଜୟପୁର ସଦର ଥାନାରେ ଅଭିଯୋଗ କରିଛନ୍ତି ନବବଧୂଙ୍କ ସ୍ୱାମୀ । ଏପ୍ରିଲ ୨୦ ତାରିଖରେ ଯୁବତୀ ଜଣଙ୍କ ବିବାହ କରିଥିଲେ । କିନ୍ତୁ ମାତ୍ର କିଛି ଦିନ ପରେ ତାଙ୍କ ସହ ପୁରୁଷ ବନ୍ଧୁ ଜଣକ ପୂର୍ବରୁ ବିତାଇଥିବା ଅନ୍ତରଙ୍ଗ ମୂହୁର୍ତର ଭିଡିଓକୁ ଭାଇରାଲ କରିଦେଇଥିଲେ ।