ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର ! ହେବାକୁ ପଡିବନି ପୋଲିସ ତଦନ୍ତର ସମ୍ମୁଖୀନ ।

Advertisment
ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର ! ହେବାକୁ ପଡିବନି ପୋଲିସ ତଦନ୍ତର ସମ୍ମୁଖୀନ ।

ଏଣିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆଉ ପୁଲିସ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବରଂ ଏହା ପରିବର୍ତ୍ତେ ୨ ହଜାର ଟଙ୍କାର ପୁରସ୍କାର ରାଶି ସହିତ ମିଳିବ ପ୍ରମାଣପତ୍ର । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରତି ଦାୟିତ୍ୱ ଓ ସମ୍ବେଦନଶୀଳତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ସଡକ ଦୁର୍ଘଟଣା ହେବା ପରେ ଯଦି ଆପଣ କୌଣସି ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି, ତେବେ ଆପଣଙ୍କୁ ପୁଲିସ୍ ପଚରାଉଚରା କରିବା ପରିବର୍ତ୍ତେ ପ୍ରୋତ୍ସାହନ ରୂପେ ପରିବହନ ବିଭାଗ ଦ୍ୱାରା ସଡକ ସୁରକ୍ଷା କୋଷରୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ଧନରାଶି ମିଳିବ । ଦୀନ ଦୟାଲ ସଂଯୁକ୍ତ ହସପିଟାଲରେ ଏହା ଉପରେ ଏକ ଡିସପ୍ଲେ ବୋର୍ଡ ମଧ୍ୟ ଲଗାଇ ଦିଆଯାଇଛି।

publive-image

ଅନେକ କ୍ଷେତ୍ରରେ ଦେଖାଯାଏ କି, ସଡକ ଦୁର୍ଘଟଣା ହେଲେ ଆହତଙ୍କ ପାଇଁ ଲୋକ ଆମ୍ବୁଲାନ୍ସକୁ ନହେଲେ ପୁଲିସକୁ ଫୋନ୍ କରିଦିଅନ୍ତି କିମ୍ବା ସେଠି ଛାଡି କି ପଳାଇଯାଆନ୍ତି। ଏହାଦ୍ୱାରା ଆହତଙ୍କୁ ତୁରନ୍ତ ଉପଚାର ମିଳିବା କେବେ ସମ୍ଭବ ହୋଇପାରେନି। ଏବେ ଭଲ ମଣିଷ ଯୋଜନା ଅଧିନରେ ଆହତଙ୍କୁ ହସପିଟାଲ ପହଞ୍ଚାଇବା ଲୋକଙ୍କୁ ୨ହଜାର ଟଙ୍କାର ପୁରସ୍କାର ରାଶି ଜିଲ୍ଲା ଅଧିକାରୀଙ୍କ ମାଧ୍ୟମରେ ମିଳିବା ସମ୍ଭବ ହେବ। ଦୀନ ଦୟାଲ ହସ୍ପିଟାଲରେ ଲଗାଯାଇଥିବା ବୋର୍ଡ ଅନୁସାରେ, ଏ ପ୍ରକାରର ଆହତଙ୍କୁ ହସ୍ପିଟାଲ ଆଣୁଥିବା ବ୍ୟକ୍ତିଙ୍କ ନାମ, ଠିକଣା ପଚାରିବାକୁ ବାଧ୍ୟ କରାଯିବ ନାହିଁ। ହସ୍ପିଟାଲରେ ଉପସ୍ଥିତ ଡାକ୍ତର ଆହତଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବେ। ହସ୍ପିଟାଲ ଆଣିଥିବା ବ୍ୟକ୍ତି ଯଦି ପ୍ରମାଣ ପତ୍ର ମାଗିବେ, ତେବେ ତାଙ୍କୁ ଦିଆଯିବ। ଆହତଙ୍କୁ ଭର୍ତ୍ତି କରାଇବା ପାଇଁ କୌଣସି ପ୍ରକାରର ଟଙ୍କା ପୈଠ କରିବାକୁ ବାଧ୍ୟ କରାଯିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe