ହିଂସାକାରୀଙ୍କୁ ଶାହାଙ୍କ ଚେତାବନୀ । ଭାରତର ଶାନ୍ତି ଭଙ୍ଗ ବରଦାସ୍ତ କରାଯିବନି, ଦେଶ ବିଭାଜନ କରିବାକୁ ଉଦ୍ଦେଶ୍ୟ ରଖିଥିବା ଲୋକମାନେ ଏନଏସଜିକୁ ଭୟ କର ।

Advertisment
ହିଂସାକାରୀଙ୍କୁ ଶାହାଙ୍କ ଚେତାବନୀ । ଭାରତର ଶାନ୍ତି ଭଙ୍ଗ ବରଦାସ୍ତ କରାଯିବନି, ଦେଶ ବିଭାଜନ କରିବାକୁ ଉଦ୍ଦେଶ୍ୟ ରଖିଥିବା ଲୋକମାନେ ଏନଏସଜିକୁ ଭୟ କର ।

କନକ ବ୍ୟୁରୋ : କୋଲ୍‌କାତାର ଉତ୍ତରାଞ୍ଚଳସ୍ଥିତ ରାଜାରହାଟ ଠାରେ ଥିବା ‘ଏନ୍‌ଏସ୍‌ଜି’ର ୨୯ଟି ‘ସ୍ପେସାଲ୍‌ କମ୍ପୋଜାଇଟ୍‌ ଗ୍ରୁପ୍‌ କମ୍ପ୍ଲେକ୍ସ୍‍’ ଉଦ୍‌ଘାଟନ ସମାରୋହରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଦେଶ ବିଭାଜନ କରିବାକୁ ଏବଂ ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ଲୋକମାନଙ୍କ ବିଷୟରେ କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କାହାର ନାମ ନ ନେଇ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଯେଉଁମାନେ ଦେଶରେ “ବିଭେଦ” ସୃଷ୍ଟି କରିବାକୁ ଏବଂ “ଶାନ୍ତି ଭଙ୍ଗ କରିବାକୁ” ଚାହୁଁଛନ୍ତି ସେମାନେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) କୁ ଭୟ କରିବା ଦରକାର । ଆମେ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛୁ । ୧୦,୦୦୦ ବର୍ଷର ଇତିହାସରେ ଭାରତ କାହା ଉପରେ ଆକ୍ରମଣ କରିନାହିଁ । ଆମେ କାହାକୁ ଆମର ଶାନ୍ତି ଭଙ୍ଗ କରିବାକୁ ଅନୁମତି ଦେବୁ ନାହୁଁ । ଯିଏ ଆମ ସୈନିକଙ୍କ ଜୀବନ ନେବ, ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଯେଉଁମାନେ ଦେଶକୁ ବିଭାଜନ କରିବାକୁ ଏବଂ ଏହାର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି, ସେମାନେ ଏନଏସଜିର ଉପସ୍ଥିତିକୁ ଭୟ କରିବା ଉଚିତ୍ । ତଥାପି ଯଦି ସବୁ ଜାଣି ସେମାନେ ଏପର୍ଯ୍ୟନ୍ତ ଆସନ୍ତି, ତେବେ ସେମାନଙ୍କ ସହ ମୁକାବିଲା କରିବା ଏବଂ ସେମାନଙ୍କୁ ପରାସ୍ତ କରିବା ଏନଏସଜିର ଦାୟିତ୍ୱ ବୋଲି ରାଜରହାଟରେ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଅମିତ୍ ଶାହା ।

ଏହା ସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଆମେ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ଅନୁସରଣ କରୁଛୁ ଏବଂ ଏହାକୁ ପ୍ରଦାନ କରିବାରେ ଏନଏସଜି ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ମଧ୍ୟରେ ଏକ ଭିନ୍ନ ପାର୍ଥକ୍ୟ କରାଯାଇଛି ଯାହା ଅତୀତରେ ନଥିଲା ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe