ଓମିକ୍ରନ ଭୂତାଣୁ ଭୟ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: ଓମିକ୍ରନରେ ସଂକ୍ରମିତଙ୍କ ଗୁରୁତର ହେବାର ସମ୍ଭାବନା କମ୍

234

କନକ ବ୍ୟୁରୋ:  କର୍ଣ୍ଣାଟକର ଚିନ୍ତା ବଢାଉଛି ଓମିକ୍ରନ । ବେଙ୍ଗାଲୁରୁ ଅର୍ନ୍ତଯାତୀୟ ବିମାନ ବନ୍ଦରରେ ୧୦ ଜଣ ଯାତ୍ରୀ ଗାୟବ ହୋଇ ଯାଇଛନ୍ତି । ଯାହା କର୍ଣ୍ଣାଟକ ସରକାରଙ୍କ ଚିନ୍ତା ବଢାଇଦେଇଛି । ସୂଚନା ଅନୁସାରେ ଶୁକ୍ରବାର ବେଙ୍ଗାଲୁରୁ ବିମାନବନ୍ଦର ରେ ୧୦ ଜଣ ବିଦେଶି ନାଗରିକ ପହଂଚିବା ପରେ ଗାୟବ ହୋଇଯାଇଛନ୍ତି । ୧୦ ଜଣ ଯାକ ଯାତ୍ରୀ ଆଫ୍ରୀକେୟ ଦେଶରୁ ଆସିଥିବା ଜଣାପଡିଛି ।

ଅନ୍ୟପଟେ ବେଙ୍ଗାଲୁରୁ ମୁନିସିପାଲ କର୍ପୋରେସନ ପକ୍ଷରୁ ଯାତ୍ରୀଙ୍କୁ ଟ୍ରେସ କରା ଯାଉଥିବା ସୁଚନା ମିଳିଛି । କିନ୍ତୁ ଯାତ୍ରୀଙ୍କ ମୋବାଇଲ ଫୋନ ଗୁଡିକ ବନ୍ଦ ରହିଥିବାରୁ ଟ୍ରେସିଂ କାମରେ ବାଧା ଉପୁଜିଥିବା ଜଣାପଡିଛି । ଅନ୍ୟପଟେ ଗାୟବ ଯାତ୍ରୀଙ୍କୁ ଖୋଜିବା କୌଣସି ବଡ କଥା ନୁହେଁ, ଏହା ପୁର୍ବରୁ ହାଜାର ହଜାର ଲୋକଙ୍କୁ ଆମେ ଟ୍ରେସ କରିସାରିଛୁ ବୋଲି କହିଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକର ।