କାଲିର ରେକର୍ଡକୁ ଫୁ କରି ଉଡ଼ାଇଦେଲା ସୋରର ଦୃଶ୍ୟ । କୋଭିଡ୍ ଟିକା ପାଇଁ ଲାଗିଲା ଲମ୍ବା ଲାଇନ୍, ବର୍ଷାରେ ଭିଜି ଛତା ଧରି ରାତି ଅଧରୁ ଅପେକ୍ଷା କଲେ ଶହ ଶହ ଲୋକ ।

172

କନକ ବ୍ୟୁରୋ : ଗୋଟିଏ ଦିନରେ କୋଟିଏ ଟିକାର ରେକର୍ଡ କରୁଛି ଦେଶ । ଅନ୍ୟପଟେ ଟିକା ପାଇଁ ଲୋକେ ବର୍ଷାରେ ଭିଜି ଭିଜି ଘଣ୍ଟା ଘଣ୍ଟା ଅପେକ୍ଷା କରିରହିଛନ୍ତି । ବାଲେଶ୍ୱର ସୋରରୁ ଟିକାକରଣକୁ ନେଇ ଆସିଛି ଏଭଳି ଅଭାବନୀୟ ଚିତ୍ର । କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି ଟିକା ପାଇଁ ରାତି ଅଧରୁ ଅପେକ୍ଷା କରିଛନ୍ତି ଶହ ଶହ ଲୋକ ।

କରୋନା ବିରୋଧୀ ଲଢ଼େଇରେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନେବା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଟିକା ପାଇଁ ଲୋକେ ବର୍ଷାରେ ଭିଜି ଭିଜି ଘଂଟା ଘଂଟା ଅପେକ୍ଷା କରି ରହିଛନ୍ତି । ବାଲେଶ୍ୱର ସୋରରୁ ଆସିଥିବା ଏହି ଘଟଣା ଟିକାକରଣକୁ ନେଇ ସାଧାରଣ ଲୋକଟିଏ ଏବେବି କିପରି କଷ୍ଟ ସହୁଛି, ତାହା ବୟାନ କରୁଛି ।

କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି ଟିକା ପାଇଁ ରାତି ଅଧରୁ ଅପେକ୍ଷା କରିଛନ୍ତି ଶହ ଶହ ଲୋକ । ଦିନରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ପାଇଁ ଟିକାକରଣ ଓ ୪୫ବର୍ଷରୁ ଉର୍ଦ୍ଧ ପାଇଁ ୧୪୦ଟି ପ୍ରଥମ ଡୋଜ ଓ ୬୦ଟି ଦ୍ୱିତୀୟ ଡୋଜ ଦିଆଯିବାର ଥିଲା । ତେବେ ୪୫ବର୍ଷରୁ ଉର୍ଦ୍ଧ ଲୋକଙ୍କ ପାଇଁ ଅନସ୍ପଟ ରେଜିଷ୍ଟ୍ରେସନ ହେଉଥିବା ବେଳେ ଲୋକେ ଅଧରାତିରୁ ଅପେକ୍ଷା କରିରହିଛନ୍ତି । ବର୍ଷାରେ ଭିଜି ଭିଜି ଶହ ଶହ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ଟିକା ପାଇଁ ସୋରରେ ଏପରି ଅବସ୍ଥା ବେଳେ ଅନ୍ୟପଟେ ଦେଶରେ ଗୋଟିଏ ଦିନରେ କୋଟିଏ ଟିକାର ରେକର୍ଡ ହୋଇସାରିଛି । ଶୁକ୍ରବାର ଦେଶରେ ୧ କୋଟି ୬୪ ହଜାର ୩୨ ଡୋଜ୍ ଟିକା ଦିଆଯାଇଛି ।

ଜାନୁୟାରୀ ୧୬ ତାରିଖରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ଡିସେମ୍ବର ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ହେଲେ ବିଶେଷଜ୍ଞଙ୍କ ମତରେ ଲକ୍ଷ୍ୟ ପୂରଣ କରିବାକୁ ଟିକାକରଣର ବେଗକୁ ତ୍ୱରାନ୍ୱିତ କରିବାକୁ ହେବ । ଦେଶରେ ଏଯାଏଁ ୬୩ କୋଟି ପାଖାପାଖି ଟିକାକରଣ ହେଲାଣି । ୧୪ କୋଟିରୁ ଅଧିକ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଥିବା ବେଳେ ୪୮ କୋଟିରୁ ଅଧିକ ଲୋକ ପ୍ରଥମ ଟିକା ନେଇସାରିଛନ୍ତି । ସେପଟେ ଓଡ଼ିଶାରେ ଏଯାଏଁ ୨ କୋଟି ୧୪ ଲକ୍ଷ ଟିକାକରଣ କରାଯାଇଛି । ଏହାମଧ୍ୟରୁ ୫୧ ଲକ୍ଷରୁ ଅଧିକ ଦୁଇଟି ଯାକ ଡୋଜ୍ ନେଇସାରିଥିବା ବେଳେ ୧ କୋଟି ୬୨ ଲକ୍ଷରୁ ଅଧିକ ପ୍ରଥମ ଟିକା ନେଇସାରିଛନ୍ତି ।