ସରକାରଙ୍କ ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । ବାଲେଶ୍ୱରରେ କଟକଣା ନମାନି ଶ୍ରବଣ ପ୍ରଥମ ସୋମବାରରେ ମହାଦେବଙ୍କ ପାଖରେ କଲେ ଜଳାଭିଷେକ

323

କନକ ବ୍ୟୁରୋ: ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । କରୋନା ସଂକ୍ରମଣ ଯୋଗୁଁ ବୋଲବମ୍ ନଯିବା ପାଇଁ ସରକାର ମନା କରିଥିବା ବେଳେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି କାଉଡିଆ । ବାଲେଶ୍ୱର ସୋର ଥାନା ମାଣିପୁର ଗାଁରେ ପାଣି ଢାଳିଛନ୍ତି କାଉଡିଆ । କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାରେ କଟକଣା ଲଗାଇଥିଲେ ରାଜ୍ୟ ସରକାର ।

କାଉଡିଆ ମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଷାଢ ଯାଇ ଶ୍ରାବଣ ହେଲାଣି, ବର୍ଷା ନ ହେବା କାରଣରୁ ଶିବଙ୍କୁ ଜଳଲାଗି କରିଛନ୍ତି  ସୋରର କିଛି କାଉଡିଆ । ଶିବଙ୍କ ଉପରେ ଜଳଲାଗି କଲେ ସ୍ୱାଭାବିକ ବର୍ଷା ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି  ।