କନକ ବ୍ୟୁରୋ: ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । କରୋନା ସଂକ୍ରମଣ ଯୋଗୁଁ ବୋଲବମ୍ ନଯିବା ପାଇଁ ସରକାର ମନା କରିଥିବା ବେଳେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି କାଉଡିଆ । ବାଲେଶ୍ୱର ସୋର ଥାନା ମାଣିପୁର ଗାଁରେ ପାଣି ଢାଳିଛନ୍ତି କାଉଡିଆ । କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାରେ କଟକଣା ଲଗାଇଥିଲେ ରାଜ୍ୟ ସରକାର ।
କାଉଡିଆ ମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଷାଢ ଯାଇ ଶ୍ରାବଣ ହେଲାଣି, ବର୍ଷା ନ ହେବା କାରଣରୁ ଶିବଙ୍କୁ ଜଳଲାଗି କରିଛନ୍ତି ସୋରର କିଛି କାଉଡିଆ । ଶିବଙ୍କ ଉପରେ ଜଳଲାଗି କଲେ ସ୍ୱାଭାବିକ ବର୍ଷା ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/4-22.jpg)