ଟିକା ନେଲେ ଘରକୁ ଯିବୁ : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଲେ ଲୋକେ

ରାତି ଅନିଦ୍ରା ହୋଇ ଅପେକ୍ଷା ପରେ ଟିକା ଉପଲବ୍ଧ ନଥିବା କହିଥିଲେ କର୍ତୃପକ୍ଷ; ମେଡିକାଲ କାର୍ଯ୍ୟାଳୟ ଘେରାଓ ସହ ନାରାବାଜୀ

93

କନକ ବ୍ୟୁରୋ : ଟିକା ନେଲେ ଘରକୁ ଯିବୁ । ଏହି ଦାବିରେ ଧାରଣା ଦେଲେ ଲୋକେ । ଖୋର୍ଦ୍ଧା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସିଟି ସ୍କୁଲରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ଲୋକେ ଟିକା ନେବା ପାଇଁ ରାତି ଅନିଦ୍ରା ହୋଇ ଦୀର୍ଘ ସମୟର ଅପେକ୍ଷା କରିବା ପରେ ଟିକା ଦେବା ପାଇଁ ମନା କରିଥିଲେ କର୍ତୃପକ୍ଷ । ଏଥିରେ ଲୋକେ ଅସନ୍ତୁଷ୍ଟ ହୋଇ ଟାଙ୍ଗୀ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ନାରାବାଜୀ କରିଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଟିକା ନେବା ପାଇଁ ଲୋକେ ରାତି ଅଧରୁ ଅପେକ୍ଷା କରିରହିଥିବା ବେଳେ ଆଜି ତାଙ୍କୁ ମନା କରାଯିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଉତ୍ୟକ୍ତ ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହାସହ ମେଡିକାଲ ଅଫିସରଙ୍କ ବିରୋଧରେ ନାରାବାଜୀ କରିଛନ୍ତି ।