ଏବେ ବି ଟିକା ପାଇଁ ରାତି ଅଧରୁ ଲାଗୁଛି ଧାଡ଼ି : ସକାଳ ୮ରୁ ଦିନ ୧୨ ଭିତରେ ଟିକା ଦେବାକୁ ହୋଇଛି ସମୟ ଧାର୍ଯ୍ୟ

113

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନେଇ ଜୋରସୋରରେ ଚାଲିଛି ଟିକାକରଣ । ହେଲେ ଟିକା ନେବାକୁ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଧାଡ଼ିରେ ଠିଆ ହେଲେ ବି ଶେଷରେ ଟିକା ନ ନେଇ ଫେରିବାକୁ ପଡ଼ୁଛି । ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଟିକା କେନ୍ଦ୍ର ବାହାରେ ରାତି ୩ରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି ।

ସକାଳ ୮ରୁ ଦିନ ୧୨ ପର୍ଯ୍ୟନ୍ତ ଟିକାକରଣ ହେଉଥିବା ବେଳେ ଟିକା ପାଇଁ ରାତି ଅଧରୁ ଲୋକେ ଧାଡ଼ିରେ ଆସି ଠିଆ ହେଉଛନ୍ତି । କେବଳ ୪୫ ବର୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବା ନେଇ ସୂଚନା ଦିଆଯାଇଥିଲେ ମଧ୍ୟ ଟିକା କେନ୍ଦ୍ର ବାହାରେ ଲୋକଙ୍କ ଭିଡ ଜମୁଛି । ଏଭଳି ସ୍ଥିତିରେ ଟିକା କେନ୍ଦ୍ର ବାହାରେ ଲୋକଙ୍କ ଅଯଥା ଭିଡ ଜମାଇବା ଦେଖିବାକୁ ମିଳିଛି । ସହର ମୁହାଁ ପରେ ଏବେ ଗାଁକୁ କରୋନା ମାଡ଼ୁଥିବା ବେଳେ ଏଭଳି ସ୍ଥିତିରେ ଟିକା କେନ୍ଦ୍ର ବାହାରେ ଗହଳି ସଂକ୍ରମଣ ଅଧିକ ବଢ଼ିବା ନେଇ ସନ୍ଦେହ କରାଯାଉଛି ।