ନାବାଳିକା ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗରେ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା । ଘଟଣା ସ୍ଥଳରେ ପୁଲିସ ମୁତୟନ 

105

କନକ ବ୍ୟୁରୋ : ନାବାଳିକାର ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା । ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମେଡିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଂଚି ଲୋକଙ୍କ ବୁଝାସୁଝା କରିଛି । ତଥାପି ଏବେ ମଧ୍ୟ ମେଡିକାଲ ପରିସରରେ ଚାପା ଉତେଜନା ଲାଗି ରହିଛି ।

ଆଜି ସକାଳ ସମୟରେ ୧୭ ବର୍ଷର ନାବାଳିକା ସୁପ୍ରିୟା ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।  ମୟୂରଭଂଜ ଜିଲ୍ଲା ଶ୍ୟାମାଖଂଟୁା ବ୍ଲକ ସପନଚୂଆ ଗାଁ ସୁପ୍ରିୟା ସକିଲ୍ସେଲ ରୋଗରେ ପୀଡିତ ଥିଲେ । ତାଙ୍କୁ ପ୍ରତି ୩ ମାସରେ ରକ୍ତ ଦିଆଯାଉଥିଲା । ସୁପ୍ରିୟାଙ୍କୁ ରକ୍ତ ଦେବା ପାଇଁଗତ ୩୦ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତି କରାଯାଇଥିଲା । ତେବେ ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ପରିବାର ଲୋକ ଦାବି କରିଥିଲେ ।

ହେଲେ ଆଜି ଯାଏଁ ରକ୍ତ ଦିଆଯାଇ ନଥିଲା, ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀ ସଂପର୍କୀୟ । ଚିକିତ୍ସାରେ ଅବହେଳା ଅଭିଯୋଗରେ ଡାକ୍ତରଖାନାରେ ଉତ୍ୟେକ୍ତ ଲୋକ ପାଟିତୁଣ୍ଡ କରିବା ସହ ମେଡିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଡାକ୍ତରଖାନା ପରିସରରେ ତାଲା ପକାଇ ଦେଇଛନ୍ତି ।

Comments are closed.