କନକ ବ୍ୟୁରୋ: ବିଧାୟକଙ୍କୁ ଘେରିଲେ ଲୋକେ । ଜଳଜୀବନ ମିଶନ ପ୍ରକଳ୍ପର ଉଦଘାଟନ ବେଳେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଘେରିଛନ୍ତି ଗୋପିନାଥପୁର ପଞ୍ଚାୟତର ଗ୍ରାମବାସୀ । ପ୍ରକଳ୍ପ ଉଦଘାଟନ ବେଳେ ଫଳକ ଲାଗୁଛି ସେଥିରେ ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କ ନାମ ଲେଖା ହେଉଛି କିନ୍ତୁ ବିଜେପି ନିର୍ବାଚିତ ପ୍ରତିନିଧିଙ୍କ ନାମ ଲେଖା ହେଉ ନାହିଁ ବୋଲି ଅଭିଯୋଗ ହୋଇଛି । ଯେଉଁ ପ୍ରକଳ୍ପର ଉଦଘାଟନ ହେଉଛି ସେଥିରେ ୭୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ଅନୁଦାନ ରହିଛି । ବାକି ୩୦ ପ୍ରତିଶତ ରାଜ୍ୟ ସରକାରଙ୍କର ରହିଛି । ତାହେଲେ ଫଳକରେ ନାଁ ଲେଖିଲା ବେଳେ ପାତର ଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ସରପଂଚ ଏବଂ ବିଧାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲା ।
ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଘେରିଲେ ଲୋକେ । ଫଳକ ଲଗାଇବାକୁ ନେଇ ବିଧାୟକ-ସ୍ଥାନୀୟ ସରପଞ୍ଚଙ୍କ ମଧ୍ୟରେ ବଚସା ।
/kanak/media/post_attachments/wp-content/uploads/2021/11/vlcsnap-2021-11-06-15h10m03s164.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)