କନକ ବ୍ୟୁରୋ: ନେତାଙ୍କୁ ଘେରି ହିସାବ ମାଗିଲେ ଜନତା । ଜନତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ବିଧାୟକ । ନିଜ ନିର୍ବାଚନୀମଣ୍ଡଳୀରେ ହଟହଟା ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ । ବିଧାୟକ ମହୋଦୟଙ୍କୁ ଘେରି ହିସାବ ମାଗିଛନ୍ତି ସ୍ଥାନୀୟ ବାସିନ୍ଦା । ଉନ୍ନୟନମୂଳକ କାମରେ କେତେ ଅର୍ଥ ମିଳିଛି?କେଉଁ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି? ଏହି ସବୁର ଟିକନିକ ହିସାବ ମାଗିବା ସହ ୫ବର୍ଷ ଧରି ଗାଁ ପାଇଁ ବିଧାୟକ କେଉଁ ସବୁ ଉନ୍ନୟନମୂଳକ କାମ କରିଛନ୍ତି ପ୍ରଶ୍ନ ପଚାରିଥିଲେ ଗ୍ରାମବାସୀ ।

Advertisment

ଏଥିସହ ବିଧାୟକଙ୍କ ପାଣ୍ଠିର ଅନୁଦାନ ୩କୋଟି ହୋଇଥିବାବେଳେ କେଉଁ କେଉଁ ଉନ୍ନତିମୂଳକ କାମ କରିଛନ୍ତି ତାର ହିସାବ ମାଗିଥିଲେ ସ୍ଥାନୀୟ ବାସିନ୍ଦା । ବିଧାୟକ ବାବୁ ଅନେକ ଉନ୍ନୟନମୂକ କାମ କରୁଥିବା ବାହାସ୍ଫୋଟ ମାରୁଥିବାବେଳେ ଜନତାଙ୍କ ଗୋଟେ ପରେ ଗୋଟେ ପ୍ରଶ୍ନରେ ହଡବଡେଇ ଯାଇଥିଲେ । ଜନତା ଓ ନେତାଙ୍କ ଏହି ପ୍ରଶ୍ନଉତର ସମୟର ଭିଡିଓ ଯେତିକି ଚର୍ଚ୍ଚା ସାଉଁଟିଛି ସେତିକି ଭାଇରାଲ ହେଉଛି । ଡାବୁଗାଁ ନିର୍ବାଚନୀ ମଣ୍ଡଳୀ ଅର୍ନ୍ତଗତ କୋଷାଗୁମୁଡ଼ା ବ୍ଲକକୁ ଯାଇଥିବାବେଳେ ହଟହଟା ହୋଇଥିଲେ  । ଯେତେବେଳେ ବିଧାୟକ ମନୋହର ରାନ୍ଧାରୀ ଜିଲ୍ଲା ବୋଡ ଅଧ୍ୟକ୍ଷ ଥିବାବେଳେ ତାଙ୍କୁ ଜନତା ହିସାବ ମାଗିଛନ୍ତି ସେଥିରୁ ଗୋଟେ କଥା ଅନୁମାନ କରି ହେଉଛି ଜିଲ୍ଲାରେ କିଭଳି ଉନ୍ନୟନମୂଳକ କାମ ଚାଲୁଛି । ତେବେ ଆଗାମୀ ଦିନରେ ଏହି ଘଟଣା ଜିଲ୍ଲା ରାଜନୀତିରେ କିଭଳି ପ୍ରଭାବ ପକାଇବ ଏନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଅଂଚଳର ବିକାଶ ପାଇଁ ବିଧାୟକଙ୍କ ନିଜସ୍ୱ କୌଣସି ଯୋଜନା ଓ ଭୂମିକା ରହିଛି ନା କେବେଳ ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ଭୋଟ ହାତଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।