କନକ ବ୍ୟୁରୋ : ଡାଇରିଆ ବ୍ୟାପିବା ଭୟରେ ରାସ୍ତା ଅବରୋଧ। ପଦ୍ମପୁର-ଡାଇରିଆ ଭୟରେ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ପଡୋଶୀ ଗ୍ରାମବାସୀ, ଯାତାୟାତ ଠପ୍ । ଗତକିଛି ଦିନ ହେଲା ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ପଞ୍ଚାୟତ ଅଧିନରେ ଥିବା ସର୍ଗିପାଲି ଗ୍ରାମରେ ଲୋକେ ଝାଡ଼ାବାନ୍ତି ହେଉଥିବା ଜଣାପଡିଥିଲା ଏବଂ ଡାକ୍ତରୀ ଟିମ୍ ସହ ବରଗଡ ସିଡିଏମଓ ମଧ୍ୟ ଉକ୍ତ ଗ୍ରାମକୁ ପହଞ୍ଚି ସ୍ଥିତି ପରିଖିଥିଲେ ଏବଂ ଲୋକଙ୍କୁ ଔଷଧ ବିତରଣ କରି ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା ହେଲେ ସେପଟେ ଆଜି ସରଧାପାଲି ପଞ୍ଚାୟତ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର କିଛି ଲୋକ ସର୍ଗି ପାଲିକୁ ଯୋଡୁ ଥିବା ମୁଖ୍ୟ ରାସ୍ତାକୁ ଆଜି ଅବରୋଧ କରିଦେଇଛ୍ତି । ଯାହାଫଳରେ ସାର୍ଗିପାଲି ସହ ଭୂତିବାହାଲର ଜନ ସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ।

Advertisment