କନକ ବ୍ୟୁରୋ: ୨୧ ଦିନ ହେଲା ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ପଶୁପକ୍ଷୀ । ବିଶେଷ କରି ଗୋପାଳନ କରୁଥିବା ଚାଷୀ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି ଗାଈଗୋରୁ । ଅନ୍ୟ ଗୃହପାଳିତ ପଶୁ ରଖିଥିବା ଲୋକେ ମଧ୍ୟ ସମସ୍ୟାରେ । କଟକରେ କୁକୁର ଧରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିିଲେ ଲୋକେ । ସମସ୍ୟାର ସମାଧାନ ପାଇଁ ଦେଲେ ଦାବି ପତ୍ର । ଡାକ୍ତର ମାନେ ଛୁଟିରେ ରହିଥିବାରୁ ପଶୁପକ୍ଷୀଙ୍କ ଚିକିତ୍ସା ହୋଇପାରୁନାହିଁ । ଅନେକ ସମୟରେ ଚିକିତ୍ସା ନପାଇ ପଶୁ ପକ୍ଷୀଙ୍କ ମୃତ୍ୟୁ ଘଟୁଛି ।