ଲୁହା ଖଣି ଆଗରେ ଧାରଣାରେ ଲୋକ । ଖଣିକୁ ନୂଆ କରି ଲିଜରେ ନେଇଥିବା କମ୍ପାନୀ ଅନ୍ୟ ଟ୍ରକ୍ ବ୍ୟବହାର କରୁଥିବାରୁ ଚିନ୍ତାରେ ସ୍ଥାନୀୟ ଲୋକେ

58

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଜରିବାହାଲ ଲୁହା ଖଣି ଆଗରେ ଧାରଣାରେ ଲୋକେ । ଖଣିକୁ ନୂଆ କରି ଲିଜରେ ନେଇଥିବା କାସଭି ଇଂଟରନାସନାଲ ବାଂଶପାଣି ଠାରେ ମାଇନିଂ ଏରିଆ ଟ୍ରକ୍ ଓନରସ୍ ଆସୋସିଏସନରୁ ପରିବହନ ପାଇଁ କୌଣସି ଟ୍ରକ୍ ବ୍ୟବହାର କରୁନାହିଁ । ଗତ ୩୦ ବର୍ଷ ଧରି ମାଇନିଂ ଏରିଆ ଟ୍ରକ୍ ଆସୋସିଏସନର ପ୍ରାୟ ୨୮ ହଜାର ଟ୍ରକ୍ ବିଭିନ୍ନ ଖଣିଜ ପରିବହନରେ ସାମିଲ ହେଉଥିଲା ।

ଫଳରେ ପ୍ରାୟ ୫୦ ହଜାର ଲୋକ ଗୁଜୁରାଣ ମେଂଟାଉଥିଲେ । ଏବେ ଖଣିକୁ ନୂଆ କରି ଲିଜରେ ନେଇଥିବା କମ୍ପାନୀ ଅନ୍ୟ ସ୍ଥାନରୁ ଟ୍ରକ୍ ବ୍ୟବହାର କରି ଖଣିରୁ ଲୌହ ପରିବହନ କରାଉଛି । ଏହାକୁ ବିରୋଧ କରି ଗତ ୫ ଦିନ ଧରି ଧାରଣାରେ ବସି ରହିଛନ୍ତି ଲୋକେ । ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।