କନକ ବ୍ୟୁରୋ: କୋରାପୁଟ ପଟାଙ୍ଗୀ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଓଲଟି ପଡିଥିବା ଡିଜେଲ ଟ୍ୟାଙ୍କରରୁ ଡିଜେଲ ବୋହି ନେଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟିବା ପରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଚିତ୍ର । ଏମିତିକି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିର ଡ୍ରାଇଭର ହେଲପର ଗୁରୁତର ହୋଇ ପଡିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତେ ତେଲ ବୋହିବାରେ ଲାଗିଥିଲେ ସ୍ଥାନୀୟ ଲୋକେ ।
କିଏ ପ୍ଲାଷ୍ଟିକ୍ ଜାର ତ ଆଉ କିଏ ହାତରେ ବାଲତି ଧରି । ଯିଏ ଯେମିତି ପାରିଲେ ବୋହି ନେଉଥିଲେ ଡିଜେଲ । କେବଳ ସ୍ଥାନୀୟ ଲୋକ ନୁହଁନ୍ତି ପୋଲିସ, ଓ ଅଗ୍ନିଶମ କର୍ମଚାରୀ ମଧ୍ୟ ତେଲ ନେଉଥିବାରୁ ଚିତ୍ର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଏହି ଲୋକମାନେ ଟ୍ୟାଙ୍କରରେ ଥିବା ପ୍ରାୟ ୨୫ ହଜାର ଲିଟର ଡିଜେଲକୁ ବୋହି ନେଇଛନ୍ତି ।