ଅମରନାଥ ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ଭୋଳାନାଥଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାଉଛନ୍ତିି । କିନ୍ତୁ ଏଥର ଶିବଭକ୍ତି ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଶଭକ୍ତି ମଧ୍ୟ ଦେଖିବାକୁ ମିଳୁଛି । ଅମରନାଥ ଯାତ୍ରୀ ସେନା ଯବାନଙ୍କୁ ଦେଖିବା ମାତ୍ରେ ସାଲ୍ୟୁଟ୍ କରୁଛନ୍ତି । ଯାହାର ଫଟୋ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାକୁ ଲାଗିଛି । ଯବାନମାନେ ମଧ୍ୟ ଯାତ୍ରୀଙ୍କ ଖୁବ୍ ସେବା କରୁଛନ୍ତି । ଯାତ୍ରା ସମୟରେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆଗକୁ ବଢୁଥିବା ବେଳେ ଭୁସ୍ଖଳନ ହେବା କାରଣରୁ ପାହାଡରୁ ବଡ ବଡ ପଥରଖଣ୍ଡ ପଡୁଥିଲା ଏବଂ ଯାତ୍ରୀଙ୍କ ସୁରକ୍ଷାରେ ଥିବା ଯବାନମାନେ ନିଜ ଜୀବନକୁ ଖାତିର ନକରି ଯାତ୍ରୀଙ୍କ ଆଗରେ ଠିଆ ହୋଇ ପଥରମାଡ ସହ୍ୟ କରିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ କିଛି ଦିନ ତଳେ ସେୟାର୍ ହୋଇଥିଲା ।
ଭିଡିଓରେ ଦେଖାଯାଉଥିଲା ଯେ କିଭଳି ଭାବେ ଭୁସ୍ଖଳନ ପରେ ବଡ ବଡ ପଥର ଖଣ୍ଡ ଯବାନଙ୍କ ଉପରେ ପଡୁଥିଲା । ସାହସୀ ଯବାନମାନଙ୍କ କାରଣରୁ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ଅମରନାଥ ତୀର୍ଥସ୍ଥଳୀରେ ପହଁଚି ପାରିଥିଲେ । ଏହି ଘଟଣାର ଭିଡିଓକୁ ଆଇଟିବିପି ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଥିଲା । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ଆଇଟିବିପି ଯବାନଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କରିବା ସହ ସଲାମ୍ ମଧ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/Capture-17.jpg)
/kanak/media/post_attachments/wp-content/uploads/2019/07/x-1-300x163.jpg)