ଆସନ୍ତାକାଲି ଧନତେରାସ : ପରମ୍ପରାକୁ ମାନି ସୁନା କିଣିବା ପାଇଁ ଲୋକଙ୍କ ମନରେ ପ୍ରକାଶ ପାଇପାରେ ଆଗ୍ରହ । ବିଶେଷଜ୍ଞ ଦେଲେ ପରାମର୍ଶ । କେତେ ଲାଭପ୍ରଦ ହେବ ସୁନାରେ ନିବେଶ ?

1,215

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସୁନା ଦୋକାନ ଗୁଡିକ ପ୍ରସ୍ତୁତ ହେଉଛନ୍ତି ଧନତେରାସ ପାଇଁ । ଯଦିଓ, ଏହା ଓଡିଆଙ୍କ ଏକ ପରମ୍ପରା ନୁହେଁ ତଥାପି ଉତ୍ତର ଭାରତର ଏହି ବିଶ୍ୱାସ ଏବେ ଓଡିଶାରେ ବି ବେଶ ଚାଲିଛି । ୨୦୧୮ ଦୀପାବଳୀରୁ ୨୦୧୯ ଦୀପାବଳୀ ଯାଏଁ ଲକ୍ଷ୍ୟ କଲେ, ଜଣାପଡିବ  ଯିଏ ସୁନା କିଣି ଥିଲା ସେ, ୨୦ ପ୍ରତଶତ ଲାଭ ପାଇଛି । ଗତ ଏକ ବର୍ଷରେ ସବୁ ରେକର୍ଡକୁ ଭାଙ୍ଗି ସୁନାରେ ନିବେଶ ୩୧ ପ୍ରତିଶତ ଲାଭ ଦେଇଥିଲା ।

ବର୍ତମାନ ସୁନାର ଦର ୫୦ ହଜାର ଅତିକ୍ରମ କରି ଯାଇଛି । ଆଗକୁ ଦର ଆହୁରୀ ବଢି ପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସେପଟେ ସୁନା ଦୋକାନୀମାନେ ଧନତେରାସରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଅଫର ଦେଉଛନ୍ତି ।

କରୋନାରେ ଅଧିକାଂଶ ଦେଶର ଅର୍ଥନୀତି ଏକ ପ୍ରକାର ବିଗିଡି ଯାଇଛି । ଏହି ମହାମାରୀ  ପରେ ବିଶ୍ୱର ପ୍ରାୟ ସମସ୍ତ ଦେଶ ଅର୍ଥନୀତି ଅଭିବୃଦ୍ଧିର ଟ୍ରାକକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବେଳେ ସୁନାରେ ନିବେଶକୁ ସମସ୍ତେ ଏକ ନିରାପଦ ନିବେଶ ବୋଲି ବିଚାର କରୁଛନ୍ତି ।