କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସୁନା ଦୋକାନ ଗୁଡିକ ପ୍ରସ୍ତୁତ ହେଉଛନ୍ତି ଧନତେରାସ ପାଇଁ । ଯଦିଓ, ଏହା ଓଡିଆଙ୍କ ଏକ ପରମ୍ପରା ନୁହେଁ ତଥାପି ଉତ୍ତର ଭାରତର ଏହି ବିଶ୍ୱାସ ଏବେ ଓଡିଶାରେ ବି ବେଶ ଚାଲିଛି । ୨୦୧୮ ଦୀପାବଳୀରୁ ୨୦୧୯ ଦୀପାବଳୀ ଯାଏଁ ଲକ୍ଷ୍ୟ କଲେ, ଜଣାପଡିବ ଯିଏ ସୁନା କିଣି ଥିଲା ସେ, ୨୦ ପ୍ରତଶତ ଲାଭ ପାଇଛି । ଗତ ଏକ ବର୍ଷରେ ସବୁ ରେକର୍ଡକୁ ଭାଙ୍ଗି ସୁନାରେ ନିବେଶ ୩୧ ପ୍ରତିଶତ ଲାଭ ଦେଇଥିଲା ।
ବର୍ତମାନ ସୁନାର ଦର ୫୦ ହଜାର ଅତିକ୍ରମ କରି ଯାଇଛି । ଆଗକୁ ଦର ଆହୁରୀ ବଢି ପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସେପଟେ ସୁନା ଦୋକାନୀମାନେ ଧନତେରାସରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଅଫର ଦେଉଛନ୍ତି ।
କରୋନାରେ ଅଧିକାଂଶ ଦେଶର ଅର୍ଥନୀତି ଏକ ପ୍ରକାର ବିଗିଡି ଯାଇଛି । ଏହି ମହାମାରୀ ପରେ ବିଶ୍ୱର ପ୍ରାୟ ସମସ୍ତ ଦେଶ ଅର୍ଥନୀତି ଅଭିବୃଦ୍ଧିର ଟ୍ରାକକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବେଳେ ସୁନାରେ ନିବେଶକୁ ସମସ୍ତେ ଏକ ନିରାପଦ ନିବେଶ ବୋଲି ବିଚାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/25-6.jpg)