କନକ ବ୍ୟୁରୋ : ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ମାସକ ଭିତରେ ଗଂଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

Advertisment

ଗଂଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରାଯାଉଛି, ତାହା ବିପିନ ଗୋଷ୍ଠୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି । ବିପିନଙ୍କ ସମର୍ଥିତ ୧୪ଜଣ ସମିତି ସଭ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ କାଳେ କିଏ ଅପହରଣ ବା ହତ୍ୟା କରିଦେବ, ସେନେଇ ଆତଙ୍କରେ ଅଛନ୍ତି । ସେଥିପାଇଁ ୨୪ ଘଂଟା ଦିଗପହଣ୍ଡି ବ୍ଲକର ପ୍ରତି ପଂଚାୟତର ଲୋକେ ପାଳି କରି ନିଜ ନେତାଙ୍କୁ ଜଗୁଛନ୍ତି ।

ସୂଚନା ଅନୁସାରେ, ଦିଗପହଣ୍ଡିରେ ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ବିପିନଙ୍କୁ ବିଜେଡି ବହିଷ୍କାର କରିଥିଲା । ବର୍ତମାନ ବିପ୍ଳବଙ୍କ ପାଖରେ ୧୪ ସମିତି ସଭ୍ୟ ଏବଂ ବିପ୍ଳବଙ୍କ ପାଖରେ ୧୦ ସମିତି ସଭ୍ୟଙ୍କ ସମର୍ଥନ ରହିଛି । ପୂର୍ବରୁ ଅଗଷ୍ଟ ୩୦ ରେ ନିର୍ବାଚନ ହେବା ପାଇଁ ତାରିଖ ଧର୍ଯ୍ୟ ହୋଇଥିଲା । ଏହା ପରେ ଅକ୍ଟୋବର ୪ରେ ଅର୍ଥାତ୍ ଆଜି ଉପନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଭୟର ବାତାବରଣ ଭିତରେ ସମିତି ସଭ୍ୟଙ୍କୁ ଜନତା ପାଳି କରି ସୁରକ୍ଷା ଯୋଗାଇ ଦେଉଛନ୍ତି ।