କନକ ବ୍ୟୁରୋ: ଏବେ ବି ଗାଁକୁ ନାହିଁ ଭଲ ରାସ୍ତା । ତେଣୁ ଭଲ ରାସ୍ତାଟିଏ ତିଆରି ହେଉ ବୋଲି ଦାବି କରି ୧୨ ଘଂଟିଆ ରାସ୍ତା ରୋକ । କଳାହାଣ୍ଡି ଜୟପାଟଣା ବ୍ଲକର ବନେରଠାରୁ ଲଡୁଗାଁ ଯିବାକୁ ରାସ୍ତା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପରେ ୫୦ରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି । ଅନେକ ଥର ରାସ୍ତା ମରାମତି କରିବାକୁ ଦାବି ହୋଇଛି । ହେଲେ ସ୍ଥାନୀୟ ନେତା କି ପ୍ରଶାସନ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ରହିଛି । ପରେ ବାନେର ଲଡୁଗାଁ ରାସ୍ତା ବଂଚାଅ କମିଟି ତରଫରୁ ଏହି ରାସ୍ତାରୋକ କରାଯାଇଛି । ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ୧୨ ଘଂଟା ପାଇଁ ଅବରୋଧ କରାଯାଇଛି । ଫଳରେ ଅନେକ ଗାଡି ମୋଟର ଅଟକ ରହିଛି । ଯଦି ଆଗାମୀ ଦିନରେ ଦାବି ମୁତାବକ ପ୍ରତିଶ୍ରୁତି ନମିଳେ ତାହେଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ଚେତାବନୀ ଦିଆଯାଇଛି ।