କନକ ବ୍ୟୁରୋ : ଟାଟା ଅଧିକୃତ ଜମିରେ ଦୀପକ ଫର୍ଟିଲାଇଜର କମ୍ପାନୀ ପାଚେରୀ ନିର୍ମାଣ କରିବାକୁ ନେଇ ଉତେଜନା । ପାଚେରୀ ନିର୍ମାଣକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି କାଳୀପଲୀ ଗ୍ରାମବାସୀ ଓ କମ୍ପାନୀ କର୍ତୁପକ୍ଷ ମୁହାଁମୁହିଁ ହୋଇଛନ୍ତି । ଶତାଧିକ ପୁରୁଷ ମହିଳା ପୋଲିସ ବ୍ୟାରିକେଡ ଭାଂଗି ନିର୍ମାଣ ସ୍ଥଳୀକୁ ଯିବା ସହ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି । ବିକ୍ଷୋଭକାରୀଙ୍କ ରୋକିବା ପାଇଁ ଘଟଣାସ୍ଥଳରେ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉତେଜନା ବଢ଼ୁଥିବାବେଳେ ବହୁ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲା ପୋଲିସ । ଯାହାକୁ ବିରୋଧ କରିବା ସହ ସେମାନଙ୍କୁ ଛାଡିବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ପୋଲିସ ଉଠାଇ ନେଇଥିବା ଲୋକଙ୍କୁ ଛାଡିବା ପରେ ଆଲୋଚନା ହେବ ବୋଲି କହିଛନ୍ତି ।