ବୌଦ୍ଧ ଡିଏଫଓଙ୍କ ବିରୋଧରେ ତାତିଲେ ଲୋକେ । ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ।

111

କନକ ବ୍ୟୁରୋ: ବୌଦ୍ଧ ଡିଏଫଓଙ୍କ ବିରୋଧରେ ତାତିଲେ ଲୋକେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ଶତାଧିକ ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ କରିଛନ୍ତି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ୍ତେ୍ୱ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଏପରିକି ତାଙ୍କ ଦୁର୍ନୀତି ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେଉଥିଲେ ବି ବିଭାଗ କିଛି ପଦକ୍ଷେପ ନେଉ ନାହିଁ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ନିର୍ବାଚନ କମିସନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।