କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପୁରା ଦୁନିଆକୁ ସ୍ତବ୍ଧ କରିଛି । ଏଥିରେ ୧୪୦୦ ରୁ ଅଧିକ ଇସ୍ରାଏଲି ପ୍ରାଣ ହରାଇଥିବାବେଳେ ଅନକ ଏବେ ହମାସ ଆତଙ୍କବାଦୀଙ୍କ କବଜାରେ ଅଛନ୍ତି । ହମାସ ଦ୍ୱାରା ଇସ୍ରାଏଲୀ ଶିଶୁ ଓ ମହିଳାଙ୍କୁ ବନ୍ଧକ ବନାଯିବା ଘଟଣାକୁ ନେଇ ପୀଡିତଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଏବେ ଉଗ୍ର ରୂୁପ ନେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ନେତାନ୍ୟାହୁଙ୍କ ଇସ୍ତପା ଦାବି ହେଉଛି । ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ବି ବନ୍ଧକଙ୍କୁ ଫେରାଇ ଅଣାଯାଉନଥିବାରୁ ପରିବାର ଲେକଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

Advertisment

ଗଣମାଧ୍ୟମ ରିପୋର୍ଟ ମୁତାବକ, ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମନରେ କ୍ଷୋଭ ଏଭଳି ରୂପ ନେଇଛି ଯେ ଯାହା ଦେଶର ଶାସନରେ ପରିବର୍ତ୍ତନ ଚାହୁଁଥିବା ସୂଚନା ଦେଉଛି । ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ, ‘ ଅନେକ ଇସ୍ରାଏଲିଙ୍କୁ ହମାସ୍ ବନ୍ଧକ କରିନେଇଥିଲେ ବି ନେତାନ୍ୟାହୁ ସେମାନଙ୍କୁ ଫେରାଇ ଆଣିବାକୁ କିଛି ଚେଷ୍ଟା କରୁନାହାଁନ୍ତି । ଦକ୍ଷିଣ ଇସ୍ରାଏଲିଙ୍କ ଜୀବନ ପ୍ରତି ତାଙ୍କର କୌଣସି ଭ୍ରୁକ୍ଷେପ ନାହିଁ । ଦକ୍ଷିଣ ଅଞ୍ଚଳକୁ ସେ ନିଜର ବୋଲି ଭାବୁନାହାଁନ୍ତି । ତେଣୁ ସେ ତୁରନ୍ତୁ ଶାସନ ଗାଦୀରୁ ଓହରିଯିବା ଉଚିତ’ ।