ବରଗଡ ରାସ୍ତାରେ ଟ୍ରକରୁ ଖସି ପଡିଲା ପିଆଜ ବସ୍ତା । ଗାଡି ଅଟକାଇ ପିଆଜ ଗୋଟାଇଲେ ଲୋକେ । ଭିଡିଓ ଭାଇରାଲ

1,011

କନକ ବ୍ୟୁରୋ: ଏବେ ପିଆଜର ଦାମ ଆକାଶ ଛୁଆଁ ହୋଇଥିବାବେଳେ ଲୋକଙ୍କ ରୋଷେଇ ଘରୁ ଗାଏବ ହୋଇଯାଇଛି ପିଆଜ । ଏଭଳି ସ୍ଥିତିରେ ନାସିକରୁ ସମ୍ବଲପୁର ଆସୁଥିବା ଏକ ପିଆଜ ବୋଝେଇ ଟ୍ରକରୁ ଏକ ପିଆଜ ବସ୍ତା ରାଜ ରାସ୍ତା ଉପରେ ଖସି ପଡିଥିଲା । ବରଗଡ ଦେବାହାଲରେ ରାସ୍ତାରେ ପଡି ଯାଇଥିଲା ଏହି ପିଆଜ ବସ୍ତା ।

ଏହା ପରେ ସେହି ରାସ୍ତାରେ ଯାଉଥିବା ଲୋକମାନେ ଗାଡି ଅଟକାଇ ପିଆଜ ଗୋଟାଇବାରେ ଲାଗିଥିଲେ । ଏପରିକି କାରରେ ଯାଉଥିବା ଲୋକମାନେ ମଧ୍ୟ ପିଆଜ ଗୋଟାଇବାରେ ଲାଗିଥିଲେ । ପିଆଜ ଗୋଟାଇବା ପାଇଁ ପ୍ରାୟ କୋଡିଏ ମିନିଟ୍ ଧରି ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା । ସେହି ସମୟର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।