କନକ ବ୍ୟୁରୋ: ଟିକାକରଣ ନେଇ ଆଜି କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । ଏହାପରେ ସେହି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଅନଲାଇନରେ ପଞ୍ଜିକରଣ କରିବା କିମ୍ବା ଟିକା ନେବା ପାଇଁ ପୂର୍ବରୁ ଆଉ ସମୟ ନେବାକୁ ପଡିବ ନାହି ାଁ
ଗ୍ରାମାଂଚଳ ସମେତ ବିଭିନ୍ନ ସ୍ଥାନରେ ଟିକାକରଣର ଗତି ମନ୍ଥର ହୋଇଯାଇଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏହାଛଡା ଟିକା ନେବାକୁ ଅନେକ ଅମଙ୍ଗ ହେଉଥିବାରୁ ମଧ୍ୟ , ଏଭଳି ଟିକାକରଣ ପାଇଁ କୋହଳ ନୀତି ଅବଲମ୍ବନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଅନଲାଇନ ପଞ୍ଜିକରଣ ଭଳି ସମସ୍ୟା ପାଇଁ ଅନେକ ଲୋକ ଟିକା ନେଇପାରୁନାହାନ୍ତି । ୧୮ରୁ ୪୪ ବର୍ଷ ଭିତରେ ରହିଥିବା ଏକ ବଡ ଜନସଂଖ୍ୟାକୁ କମ ସମୟ ଭିତରେ ଟିକାକରଣ କରାଯିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞମାନେ ଜୋର ଦେଉଛନ୍ତି । କାରଣ ଟିକା ନେବା ପରେ ହିଁ କରୋନାକୁ ରୋକାଯାଇପାରିବ ଓ ଏଥିସହ ଅର୍ଥନୀତି ପୁଣି ଆଗକୁ ବଢିବ ।
ଆଜି ଉଭୟ ଦେଶରେ ଓ ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ଦେଶରେ ସଂକ୍ରମଣ ହାର ମଧ୍ୟ ଉତ୍ସାହଜନକ ଭାବେ କମିଛି । ମୁଖ୍ୟତଃ ଗତ ଦୁଇସପ୍ତାହ ଭିତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ତୃତୀୟ ଲହରର ଆଶଙ୍କା ଭିତରେ ଏବେ ବ୍ୟାପକ ଆକାରରେ ଟିକାକରଣ ନିହାତି ଆବଶ୍ୟକ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/0460e29a-d004-4d94-a12c-94aca07d63a7.jpg)