ପୁରୀ ବେଳାଭୂମିରେ ଓଟିଡିସିର ମଦ ବିକ୍ରିକୁ ବିରୋଧ । ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ନିଶାନିବାରଣ ସଂଗଠନ ।

111

କନକ ବ୍ୟୁରୋ: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ବ୍ୟବସ୍ଥା ଯୋଜନାକୁ ଜୋରଦାର ବିରୋଧ କରାଯାଇଛି । ପୁରୀର ବିଭିନ୍ନ ନିଶା ନିବାରଣ ସଂଗଠନ ପକ୍ଷରୁ ଏହି ବିରୋଧ କରାଯାଇଛି । ତାଙ୍କ କହିବା କଥା ହେଲା, ଜଗନ୍ନାଥ ସଂସ୍କୃତି ପାଇଁ ସାରା ବିଶ୍ୱରୁ ଭକ୍ତ ପୁରୀକୁ ଆସୁଛନ୍ତି । ଏହି ପବିତ୍ର ସ୍ଥାନରେ ଓଟିଡିସି ପକ୍ଷରୁ ମଦ ବିକ୍ରି ପାଇଁ କରାଯାଉଥିବା ଯୋଜନା ନିନ୍ଦନୀୟ ଓ ଜଗନ୍ନାଥ ସଂସ୍କୃତିକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର । ଏଭଳି ଷଡଯନ୍ତ୍ରକୁ ପୁରୀ ସହରରେ କରେଇ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ସେପଟେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଏପରି ହେଲେ ସରକାରଙ୍କ ଭଲ ଗତି ହେବ ନାହିଁ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ବିଭିନ୍ନ ସଂଗଠନର ଦାବିପତ୍ର ମିଳିଛି, ସେମାନଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କୁ ଜଣେଇ ଦିଆଯିବ ।