କନକ ବ୍ୟୁରୋ : ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଚାଲିଆସିଲେ ୟୁକ୍ରେନବାସୀ । ରାଜରାସ୍ତାରେ ଦେଖିବାକୁ ମିଳିଲା ହଜାର ହଜାର ଲୋକଙ୍କ ସମୁଦ୍ର । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।
ଅନ୍ୟପଟେ ୟୁକ୍ରେନରେ ଋଷିଆର ଘମାଘୋଟ ଆକ୍ରମଣ ଜାରି ରହିଛି । ୮ଦିନରେ ପହଞ୍ଚିଛି ଉଭୟ ରାଷ୍ଟ୍ରର ଲଢେଇ । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା । ମିଜାଇଲ ମାଡରେ ଧ୍ୱସଂ ହୋଇଯାଇଛି ଅଏଲ ଡିପୋ । ପ୍ରଚଣ୍ଡ ବିସ୍ଫୋରଣ ପରେ ଜଳିଯାଇଛି ତେଲ ଡିପୋ ।
ୟୁକ୍ରେନ୍ ରାଜଧାନୀ କିବରେ ଆଜି ବଡ଼ ଧରଣର ଆକ୍ରମଣ କରିବ ଋଷ । ଯୁଦ୍ଧ ଅଷ୍ଟମ ଦିନରେ ପହଂଚିଥିବା ବେଳେ ରାଜଧାନୀ କିବ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛି ଋଷ । କିବକୁ ଚାରିପଟୁ ଲକ୍ଷାଧିକ ସେନା ଘେରି ବୋମା ବର୍ଷା କରୁଛନ୍ତି ଋଷ ସେନା । ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । କିବର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ କରାଯାଇଛି । ଆଜିର ଆକ୍ରମଣ ପୂର୍ବରୁ କିବରେ ଆଲର୍ଟ ଜାରି କରାଯାଇଛି । ଋଷର ଫାଇଟର ଜେଟ୍ ଟାର୍ଗେଟରେ ରହିଛି ୧୫ ସହର । ଏହି ସବୁ ସହରରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ଯୋଜନା କରୁଛି ୠଷ । ତେଣୁ ୧୫ଟି ସହରରେ ହାଇ ଆଲର୍ଟ ଜାରି କରିଛି ୟୁକ୍ରେନ୍ । ନାଗରିକଙ୍କୁ ବଙ୍କର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଋଷ ସେନା ଜୋରଦାର ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ତାର କଡ଼ା ଜବାବ ଦେଉଛନ୍ତି ।