ଅଭିଯୋଗ ଆଣିଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । କହିଲେ, କାହିଁକି ପାର୍ଲାମେଂଟରେ ଶୁଭୁନି ପୁରୀର ସ୍ୱର

ଦେଶକୁ ଦରକାର ମଜବୁତ ସରକାର, ମଜବୁର ସରକାର ନୁହେଁ

542

କନକ ବ୍ୟୁରୋ: କେନ୍ଦ୍ରରେ ଏକ ମଜବୁତ ସରକାରର ଆବଶ୍ୟକତା ଅଛି । ମୋଦିଙ୍କ ଦୃଢ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ପ୍ରହାର କରାଯାଇ ପାରିଲା ବୋଲି କହିଛନ୍ତି ବିଜେପିର ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝୁଲା ସରକାର ମନ୍ତବ୍ୟକୁ ସମାଲୋଚନା କରିବା ସହ ସେ ଏହା କହିଛନ୍ତି । ଏହା ଛଡା ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁଯିବେ ବୋଲି କହିଛନ୍ତି । ପୁରୀ ଏକ ସାଧାରଣ ସହର ନୁହେଁ, କେବଳ ଅବହେଳାର ଶିକାର ହୋଇଛି ବୋଲି ସମ୍ବିତ କହିଛନ୍ତି ।

ସେ କହିଛନ୍ତି, ଭାରତବର୍ଷକୁ ଆଗକୁ ବଢାଇବାକୁ ହେଲେ ଗୋଟିଏ ମଜବୁତ ସରକାର ଦରକାର । ଗୋଟିଏ ଅସ୍ଥିର ସରକାର କେବେ ହେଲେ ବି ଭାରତବର୍ଷକୁ ଆଗକୁ ନେଇପାରିବ ନାହିଁ । ଓଡିଶାବାସୀମାନେ ଏସଂପର୍କରେ ବହୁତ ଭଲ ଭାବରେ ଜାଣିଛନ୍ତି । ସେଥିପାଇଁ ମୋଦିଙ୍କ ହାତକୁ ଟାଣ କରିବେ, ମୋଦିଙ୍କ ପଛରେ ଛିଡା ହେବେ ଏବଂ ପଦ୍ମ ସଂପୂର୍ଣ୍ଣ ଭାବରେ ଓଡିଶାରେ ଫୁଟିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେପିର ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ।

ତେବେ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସେ ପୁରୀବାସୀଙ୍କ ନିକଟତର ହେବେ ବୋଲି ଦାବି କରିଛନ୍ତି । ସେ କହିଛନ୍ତି କି, ପୁରୀ ଏକ ସାଧାରଣ ସହର ନୁହେଁ ବରଂ ଅତି ମହତ୍ୱପୂର୍ଣ୍ଣ ସହର । କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ଏହି ଐତିହ୍ୟ ସଂପର୍କରେ କେଉଁଠାରେ ବି ଚର୍ଚ୍ଚା ହେଉନଥିବା ତଥା ପୁରୀ କେବଳ ଅବହେଳାର ଶିକାର ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ସମ୍ବିତ ପାତ୍ର ।