ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି ।

ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି ।

କନକ ବ୍ୟୁରୋ : ବିଜେଡି ବିରୋଧରେ ଜୋରଦାର ଲଢେଇ କରିବ ବିଜେପି । ୫୦% ଭୋଟ ଉପରେ ବିଜେପିର ନଜର ରହିଛି । କର୍ମୀଙ୍କୁ ପ୍ରତି ଘରର ଦାୟିତ୍ୱ ଦିଆଯିବ । ଜାନୁଆରୀ ୫ ପରଠାରୁ ସଂଘର୍ଷ ହେବ ବୋଲି ପଦାଧିକାରୀ ବୈଠକ ପରେ କହିଛନ୍ତି ବିରୋଧୀ ଦଳ ନେତା ଓ ଭୁବନେଶ୍ୱର ସାଂସଦ । ଯାହାର ଜବାଦ ରଖିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପ୍ରତି ବୁଥରୁ ବିଜେପି ୫୦ ପ୍ରତିଶତ ଭୋଟ ନେବା କଥା କହୁଛି । କିନ୍ତୁ ନିର୍ବାଚନରେ କେତେ ଭୋଟ ନେବେ ନ ନେବେ ତାହା ସେମାନେ ବେଶ ଭଲ ଭାବେ ଜାଣିଛନ୍ତି । ତାଙ୍କ ଷ୍ଟ୍ରାଟେଜି ସେମାନେ କରିବେ । କିନ୍ତୁ ଫଳାଫଳ କଣ ହେବ ତାହା ରାଜ୍ୟବାସୀ ପ୍ରତି ନିର୍ବାଚନରେ ଦେଖାଇଛନ୍ତି । ସବୁ ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି । ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର ଯେଉଁ ଆସ୍ଥା ଅଛି ତାହା ଆସନ୍ତା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି କହିଛନ୍ତି ଦେବୀ ମିଶ୍ର ।

ସେହିଭଳି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି, ବିଜେପି ନିର୍ବାଚନ ପୂର୍ବରୁ ଗାଁକୁ ଯିବାକୁ ପ୍ରସ୍ତୁତି କରୁଛି।ଆମର କର୍ମୀ ଓ ନେତା ସବୁଦିନ ଲୋକଙ୍କ ସହ ଅଛନ୍ତି। ଆମେ ୨୦୧୯ ନିର୍ବାଚନ ପରଠାରୁ ଲୋକଙ୍କ ପାଇଁ କାମ ଜାରି ରଖିଛୁ। ବିଜେଡି ଦଳ ସମାଜ ସେବା ପାଇଁ ଗଠନ କରାଯାଇଛି। ରାଜ୍ୟର ତଳ ବର୍ଗ ଲୋକଙ୍କ ଉନ୍ନତି ପାଇଁ କାମ ଚାଲିଛି। ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ବିଜେପି ଓ କଂଗ୍ରେସ ଏ ଯାଏଁ ଗାଁକୁ ଯାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe