କନକ ବ୍ୟୁରୋ: ଜମ୍ମୁ କଶ୍ମୀରେ ରେକର୍ଡ ସଂଖ୍ୟକ ମତଦାନ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ହୋଇଛି । ଯେଉଁଥିରେ ମତଦାନ ଉତ୍ସାହଜନକ ରହିଛି । ବାରମୁଲା ଲୋକସଭା ଆସନରେ ସର୍ବାଧିକ ମତଦାନ ହୋଇଛି । ସୋମବାର ବାରମୁଲାରେ ୫୯ ପ୍ରତିଶତ ମତଦାନ ହୋଇଛି । ଯାହା ୧୯୮୪ ପରଠାରୁ ସର୍ବାଧିକ ।
କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ପି.କେ ପୋଲ ଏହି ସୂଚନା ଦେଇଛନ୍ତି । ସେହିପରି ସୋପୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୪.୩୬ ପ୍ରତିଶତ ମତଦାନ ହୋଇଛି । ଯାହା ଗତ କିଛି ଦଶନ୍ଧି ମଧ୍ୟରେ ୧୦ ପ୍ରତିଶତରୁ କମ୍ ରହିଛି ମତଦାନ । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୧୯୬୭ରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲ । ଏହା ପରଠାରୁ ବାରମୁଲା ଲୋକସଭା ଆସନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଏଥର ୫୯ ପ୍ରତିଶତ ମତଦାନ ରହିଛି ବୋଲି ସର୍ଭେରୁ ଜଣାପଡ଼ିଛି । ଏହି ଲୋକସଭା ଆସନରେ ମୋଟ୍ ୧୭ ଲକ୍ଷ ୩୭ ହଜାର ୮୬୫ ଭୋଟର ଥିଲେ । ବାରମୁଲା ସଂସଦୀୟ କ୍ଷେତ୍ରରେ ୨୧୦୩ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା । ଯାହାର ସିଧା ପ୍ରସାରଣ କରାଯାଇଥିଲା ।
୨୦୧୯ରେ ଏହି ନିର୍ବାଚନ ମଣ୍ଡଳୀରେ ୩୪.୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୧୯୮୯ରେ ମାତ୍ର ୫.୪୮ ପ୍ରତିଶତ ଥିଲା । ବାରମୁଲା ଆସନରୁ ଏଥର ୨୨ ଜଣ ପ୍ରାର୍ଥୀ ମଇଦାନରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/1-31.jpg)