କନକ ବ୍ୟୁରୋ :ଲୋକଙ୍କ ଯାତାୟତ ଓ ଗମନା ଗମନର ସୁବିଧା ପାଇଁ ସରକାର ସବୁବେଳେ ଚେଷ୍ଟା ଜରି ରଖିଛନ୍ତି । ଗାଁରୁ ସହରକୁ ଓ ସହରରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଡିବାର ପ୍ରୟାସ କରୁଥିବା ବେଳେ ଅନେକ ସ୍ଥାନରେ ସରକାରୀ ସୁବିଧାର ସଠିକ ଉପଯୋଗ ହୋଇପାରୁନହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଗୁହାରୀ କଲେବି ଫଳଶୁନ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବଡ ବାଲିମାଲ ଗାଁ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ଦେଖନ୍ତୁ ଏହି ରିପୋର୍ଟ । 

Advertisment

କେଉଁଠି ଫାଳ ହୋଇଯାଇଛି ତ ଆଉ କେଉଁଠି ଦବିଯାଇଛି । ଦବିଥିବା ସ୍ଥାନରେ କଂକ୍ରିଟ ଉଠି ବିପଦ ଶଂକୁଳ ହୋଇପଡିଛି । ଫଳରେ ୩ଟି ପଂଚାୟତର ପ୍ରାୟ ୫୦ରୁ ଅଧିକ ଗାଁର ଲୋକେ ଯିବା ଆସିବାରେ ଅସୁୂବିଧା ଭୋଗୁଛନ୍ତି । ଲୋକଙ୍କ କହିବା କଥା, କିଛି ମାସ ତଳେ ବ୍ରିଜ ଉପରେ କଂକ୍ରିଟ ଢାଳି ମରାମତି କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଛି ।

ଦୁର୍ବଳ କଲଭର୍ଟ ବ୍ରିଜରେ ଭାରିଯାନ ଗଲେ, ଦୁର୍ଘଟଣାର ଆଶଙ୍କା ରହିଛି । ତେଣୁ ଶୀଘ୍ର ମରାମତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ କଲଭର୍ଟ ସମସ୍ୟାର ସମାଧାନ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିବା ବେଳେ ଖୁବଶୀଘ୍ର ନୂଆ ରାସ୍ତା ସହ କଲଭର୍ଟ ନିର୍ମାଣ କରାଯିବ ବୋଲି ଜଣାପଡିଛି ।