କନକ ବ୍ୟୁରୋ : ଉତ୍ତରାଖଣ୍ଡର ଯୋଶୀ ମଠ ଅସ୍ତିତ୍ୱ ବଞ୍ଚାଇବା ପାଇଁ ପ୍ରୟାସ । ସହରରେ ଜମି ଦବିବା ସହ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଙ୍କା ସୃଷ୍ଟି ହୋଇଛି । ଯୋଶୀ ମଠର ଅସ୍ତିତ୍ୱ ବଞ୍ଚାଇବାକୁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ପ୍ରଭାବିତ ଅଞ୍ଚଳକୁ ଘୋଷଣା କରାଯାଇଛି । ପ୍ରାୟ ୬୬ ପରିବାରକୁ ଖାଲି କରାଯାଇଛି । ବିଶେଷଜ୍ଞ ଟିମର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଉଛି ।

Advertisment

- ପ୍ରଭାବିତ ଅଞ୍ଚଳକୁ ଭୂସ୍ଖଳନ ଅଞ୍ଚଳ ଘୋଷଣା
- ପ୍ରାୟ ୬୬ ପରିବାରକୁ ଖାଲି କରାଯାଇଛି
- ଦିନ ୩ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଏନଡିଏମ୍ଏ ଟିମ୍
- ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ ମୁଖ୍ୟମନ୍ତ୍ରୀ
- ଆଜି ପ୍ରଭାବିତ ଅଞ୍ଚଳକୁ ଯିବ ଏକ୍ସପର୍ଟ କମିଟି
- ଆଜିଠୁ ବ୍ୟାପକ ଭାବେ ସର୍ଭେ କାମ ଆରମ୍ଭ ହେବ
- ଜଳ ଶକ୍ତି ମନ୍ତ୍ରାଳୟର ଟିମ୍ ମଧ୍ୟ ପ୍ରଭାବିତ ଅଞ୍ଚଳ ଯିବ
- ୬ ପ୍ରକାରର ଯାଞ୍ଚ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି
- ଅଧିକ କ୍ଷତିଗ୍ରସ୍ତ ଘରକୁ ଭାଙ୍ଗି ଦେବା ପାଇଁ ପ୍ରସ୍ତାବ
- ପ୍ରଭାବିତ ଲୋକଙ୍କୁ ରାସନ୍ କିଟ୍ ବଣ୍ଟନ କରାଯିବ
- ରିଲିଫ୍ ଶିବିରରେ ପ୍ରାୟ ଆଶ୍ରୟ ୧୫ ଶହ ଲୋକ ରହିଛନ୍ତି
- ଆବଶ୍ୟକ ସ୍ଥଳେ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା

ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି । କେବଳ ଯୋଶୀମଠ ନୁହେଁ ହିମାଳୟ ପାଦଦେଶରେ ଥିବା ଅନ୍ୟ ସହର ପାଇଁ ମଧ୍ୟ ବିପଦ ବଢୁଛି ।

- ଉତ୍ତରକାଶୀ ଏବଂ ନୈନିତାଲ ପ୍ରତି ବଢୁଛି ବିପଦ
- ଦୁଇ ସହର ମଧ୍ୟ ଧସୁଥିବା ଦେଖିବାକୁ ମିଳିଛି
- କିଛି ବର୍ଷ ମଧ୍ୟରେ ଉଭୟ ସହରରେ ଭୂସ୍ଖଳନ ଦେଖିବାକୁ ମିଳିଛି
- ମୃତ୍ତିକା କ୍ଷୟ, ଅନିୟନ୍ତ୍ରିତ ବିକାଶ ଓ ବନ୍ୟା ପାଇଁ ବଢୁଛି ବିପଦ
- ସହର ତଳେ ଥିବା ମାଟି ସଙ୍କୁଚିତ ହେବାରେ ଲାଗିଛି
- ଅନେକ ନିର୍ମାଣ କାମ ଯୋଗୁ ବିପଦ ବଢୁଥିବା ବିଶେଷଜ୍ଞଙ୍କ ମତ
- ଭବିଷ୍ୟତରେ ଏହି ସହରକୁ ଖାଲି କରିବାକୁ ପଡ଼ିପାରେ