ଆବାସ ଅସନ୍ତୋଷ: ଅନୁଗୁଳ ସାନ୍ତରାପୁରରେ ଅଧିକାରୀଙ୍କୁ ତାଲା ପକାଇଦେଲେ ଲୋକେ। ବଲାଙ୍ଗୀରରେ ୩୧୭ ସରପଞ୍ଚ ବର୍ଜନ କଲେ ଗ୍ରାମସଭା ।

ଆବାସ ଅସନ୍ତୋଷ: ଅନୁଗୁଳ ସାନ୍ତରାପୁରରେ ଅଧିକାରୀଙ୍କୁ ତାଲା ପକାଇଦେଲେ ଲୋକେ। ବଲାଙ୍ଗୀରରେ ୩୧୭ ସରପଞ୍ଚ ବର୍ଜନ କଲେ ଗ୍ରାମସଭା ।

କନକ ବ୍ୟୁରୋ: ଆବାସ ତାଲିକା ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ି ବଢ଼ି ଚାଲିଛି । ଗାଁ ଗାଁରେ ଅସନ୍ତୋଷ ଲାଗି ରହିଛି । ତାଲିକାରେ ଯେଉଁମାନଙ୍କ ନାଁ ଅଛି, ସେମାନେ ତ ଖୁସି ଅଛନ୍ତି, ହେଲେ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୋଗ୍ୟ ହିତାଧୀକାରୀମାନେ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଆସିଛି । ଅନୁଗୋଳ ସାନ୍ତରାପୁର ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀଙ୍କୁ ଲୋକେ ତାଲା ପକାଇଦେଇଥିବାର ଖବର ମିଳିଛି । ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଗାଁ ଲୋକ ଅଧିକାରୀଙ୍କୁ ତାଲା ପକାଇଦେଇଥିଲେ ।

ସେପଟେ ବଲାଙ୍ଗୀରରେ ମଧ୍ୟ ଆବାସ ତାଲିକାକୁ ନେଇ ଅସନ୍ତୋଷ । ଏଠାରେ ମଧ୍ୟ ଆବାସ ତାଲିକାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ୩୧୭ ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମସଭା ବର୍ଜନ କରିଥିବାର ଖବର ମିଳିଛି । ଆବାସ ତାଲିକାରେ ତ୍ରୁଟି ରହିଥିବା ଅଭିଯୋଗ କରି ସେମାନେ ଏହି ନିଷ୍ପତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe