କନକ ବ୍ୟୁରୋ: ଆବାସ ତାଲିକା ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ି ବଢ଼ି ଚାଲିଛି । ଗାଁ ଗାଁରେ ଅସନ୍ତୋଷ ଲାଗି ରହିଛି । ତାଲିକାରେ ଯେଉଁମାନଙ୍କ ନାଁ ଅଛି, ସେମାନେ ତ ଖୁସି ଅଛନ୍ତି, ହେଲେ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୋଗ୍ୟ ହିତାଧୀକାରୀମାନେ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଆସିଛି । ଅନୁଗୋଳ ସାନ୍ତରାପୁର ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀଙ୍କୁ ଲୋକେ ତାଲା ପକାଇଦେଇଥିବାର ଖବର ମିଳିଛି । ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଗାଁ ଲୋକ ଅଧିକାରୀଙ୍କୁ ତାଲା ପକାଇଦେଇଥିଲେ ।

Advertisment

ସେପଟେ ବଲାଙ୍ଗୀରରେ ମଧ୍ୟ ଆବାସ ତାଲିକାକୁ ନେଇ ଅସନ୍ତୋଷ । ଏଠାରେ ମଧ୍ୟ ଆବାସ ତାଲିକାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ୩୧୭ ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମସଭା ବର୍ଜନ କରିଥିବାର ଖବର ମିଳିଛି । ଆବାସ ତାଲିକାରେ ତ୍ରୁଟି ରହିଥିବା ଅଭିଯୋଗ କରି ସେମାନେ ଏହି ନିଷ୍ପତି ନେଇଛନ୍ତି ।