ଲୋକଙ୍କୁ ବେଘର କରିଛି ବନ୍ୟା: ଘରେ ପଶିଯାଇଛି ରାଜୁଆ ନଦୀର ବନ୍ୟାଜଳ

213

କନକ ବ୍ୟୁରୋ: ଲୋକଙ୍କୁ ବେଘର କରିଛି ବନ୍ୟା । ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଗାଁ ଦାଣ୍ଡରେ ଏବେ ମଧ୍ୟ ଅଂଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଘରେ ପଶିଯାଇଛି ରାଜୁଆ ନଦୀର ବନ୍ୟାଜଳ । ତେଣୁ ଘର ଛାଡି ଛାତ ଉପରେ ଆଶ୍ରୟ ନେଇଛନ୍ତି ଖୋର୍ଦ୍ଧା ବ୍ଲକ ଶ୍ରଦ୍ଧାପୁର ଗାଁର ଲୋକ । ପୁରା ଗାଁ ଏବେ ଛାତ ଉପରେ କହିଲେ ଚଳେ ।