କନକ ବ୍ୟୁରୋ: ଆମେରିକା ପରେ ଏବେ ନାଇଜେରିଆରେ ଗୁଳି ଆତଙ୍କ । ଏଠିକାର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଥିବା ଏକ ଚର୍ଚ୍ଚରେ ରବିବାର ରାତିରେ କିଛି ଦୁର୍ବୃତ୍ତ ପଶି ଆଖିବୁଜା ଗୁଳିମାଡ କରିବାରୁ ଘଟଣାସ୍ଥଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି ।

Advertisment

ଏବେ ସୁଦ୍ଧା ୫୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ପ୍ରକୃତରେ କେତେଜଣ ପ୍ରାଣ ହରାଇଛନ୍ତି ସେନେଇ ନାଇଜେରିଆ ସରକାରଙ୍କ ଠାରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ତେବେ ଏହି କାଣ୍ଡ କେହି ସ୍ଥାନୀୟ ଦୁର୍ବୃତ୍ତ କି ଅ୍ରାତଙ୍କବାଦୀ ଘଟାଇଛନ୍ତି ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ । ନାଇଜେରିଆ ସୁରକ୍ଷା କର୍ମୀ ଘଟଣାର ଛାନବିନ୍ କରୁଥିବାବେଳେ ଏହି ଘଟଣାର ସଠିକ୍ କାରଣ ବାବାଦରେ କିଛି କହିନଥିବା ଜଣାପଡିଛି ।

ମିଡିଆ ରିପୋର୍ଟ ମୁତାବ. ଇସାଈ ସମ୍ପ୍ରଦାୟର ଲୋକେ ସେମାନଙ୍କର ମୁଖ୍ୟ ପର୍ବ ପେଣ୍ଟେକୋଷ୍ଟ ସନଡେ ପାଳିବାକୁ ରବିବାର ଚର୍ଚ୍ଚ ଯାଇଥିଲେ । ଯେଉଁ ସମୟରେ ଆକ୍ରମଣ ହେଲା ସେତେବେଳେ, ର୍ଚ୍ଚରେ ସବୁଠାରୁ ଅଧିକ ଗହଳି ଥିଲା । ଲୋକେ ପ୍ରାର୍ଥନା କରୁଥିବାବେଳେ କିଛି ସଶସ୍ତ୍ର ଯୁବକ ଚର୍ଚ୍ଚ ଭିତରକୁ ପଶିଥିଲେ ଆଉ କେହି କିଛି ଜାଣିବା ପର୍ବରୁ ଆଖିବୁଜା ଗୁଳିମାଡ କରିଥିଲେ । ଏହାସହ ବିସ୍ଫୋରଣ ମଧ୍ୟ କରିଥିଲେ । ଫଳରେ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନ୍ୟ କିଛି ଦଳାଚକଟାରେ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ମଧ୍ୟ ଜଣାପଡିଛି ।