କନକ ବ୍ୟୁରୋ : କୁଏତରୁ ଆସିଛି ବଡ ଖବର । ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ଥିବା ସୂଚନା ରହିଛି । କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଂଗାଫରେ ଥିବା ଅଟାଳିକାରେ ଅଗ୍ନିକାଣ୍ଡ ଘଟିିବା ସହ କ୍ରମଶ ଏହା ବ୍ୟାପିଥିଲା । ଏକ କମ୍ପାନୀ ପାଇଁ କାମ କରୁଥିବା ପ୍ରାୟ ୧୬୦ ଶ୍ରମିକ ଏଠାରେ ରହୁଥିଲେ । ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏଥିସହ କୁଏତ ଦୂତାବାସ ସହ ଭାରତ ସର୍ମ୍ପକ କରି ସ୍ଥିତିର ସମୀକ୍ଷା କରୁଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସ୍ଥାନୀୟ ପୁଲିସର ସୂଚନା ଅନୁସାରେ କୋଠାରେ ଯେତିକି ଲୋକ ରହିବା କଥା ତାଠୁ ଅଧିକ ରହୁଥିଲେ ।