ଅବିବେକୀ ମଣିଷର ଜୀବହତ୍ୟା! ପଡୋଶୀ ଘର କୁକୁର ଭୋକିଲା ତେଣୁ ମାରି ଖାଇଦେଲି ।

42

କିଛି ଖବର ଏଭଳି ଥାଏ ଯାହାକୁ ଶୁଣିଲା ପରେ ଲୋକଙ୍କ ଉପରୁ ମାନବିକତାର ବିଶ୍ୱାସ ଉଠିଯାଏ । କ୍ରୁରତା ଯେଭଳି ମଣିଷକୁ ଗ୍ରାସ କରି ସାରିଲାଣି । ମଣିଷର ଏହି କ୍ରୁରତାକୁ ଏବେ ପଶୁସମାଜ ଭୋଗୁଛି ।

ଘଟଣାଟି କିଛି ଏପରି ଦକ୍ଷିଣ କୋରିଆର ଜଣେ ଲୋକ ଗୋଟିଏ କୁକୁର ପାଳିଥିଲା । ଅନ୍ୟ କୁକୁରଙ୍କ ଏହି କୁକୁରଟି ମଧ୍ୟ ଭଳି ଅଜଣା ଲୋକଙ୍କୁ ଦେଖିଲେ ଭୋକୁଥିଲା । ବାସ୍ ଏହାହିଁ ଥିଲା ବଡ ତା’ର ଭୁଲ । ପଡୋଶୀରେ ରହୁଥିବା ଲୋକ କୁକୁରର ଭୋକିବାକୁ ଆଦୌ ପସନ୍ଦ କରୁନଥିଲା ତେଣୁ ଘରେ କେହି ନଥିବା ସମୟରେ କୁକୁରକୁ ଟେକା ମାରି ଚେତାଶୂନ୍ୟ କରାଇବା ପରେ ଲୋକଟି କୁକୁରର ତଣ୍ଟି ଚିପି ତାର ହତ୍ୟା କରିଥିଲା । ହତ୍ୟା କରିବା ପରେ କୁକୁରର କାଟି ରୋଷେଇ ମଧ୍ୟ କରି ଖାଇଥିଲା । ସେପଟେ କୁକୁର ମାଲିକଙ୍କ ଘରେ ସବୁ ଚିନ୍ତାରେ ଥିବାବେଳେ ଲୋକଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲା । ଏତିକିରେ ଶେଷ ହୋଇନଥିଲା ତା କ୍ରୁରତା । କୁକୁର ମାଂସକୁ ଖାଇବା ପାଇଁ ସେ ଉକ୍ତ ପରିବାରକୁ ରାତ୍ରିଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ ମଧ୍ୟ କରିଥିଲା । କିଛି ସମୟ ପରେ ଜଣେ ପଡୋଶୀ ଲୋକଟିକୁ କୁକୁର ନେଇଯାଉଥିବା ଦୃଶ୍ୟ ଦେଖି ମାଲିକଙ୍କୁ ଜଣାଇଥିଲେ । ମାଲିକ ଉକ୍ତ ପଡୋଶୀଙ୍କ ଉପରେ ଥାନାରେ ଏତଲା ଦେଇଛନ୍ତି ।
କ୍ରୁରତାର ସୀମାପାର ।