କନକ ବ୍ୟୁରୋ : ସହର ଅପେକ୍ଷା ଗାଁରେ ବଢ଼ୁଛି ସଂକ୍ରମଣ । ଏହାକୁ ଗୁରୁତ୍ୱ ସହ ନେବାକୁ କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଏହ ସହ ଗାଁରେ ଟେଷ୍ଟି ସୁବୁଧା ନଥିବା କଥା ସେ କହିଛନ୍ତି । ସେଠାରେ ଆଂଟିଜେନ ଟେଷ୍ଟ କରାଯାଉଛି, ତଥାପି ୪୨ରୁ ୫୦ ପ୍ରତିଶତ ପଜିଟିଭ ଆସୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଗାଁରେ ସଂକ୍ରମଣ ବଢ଼ୁଛି । ଯେତେବେଳେ କମିବ ଧୀରେ ଧୀରେ କମିବ । ଆଗେ ସହରରେ କମିବ ପରେ ଗାଁରେ କମିବ । ଗାଁରେ ସଟଡାଉନ, ଲକଡାଉନ ବାଧ୍ୟ କରି ହେବ ନାହିଁ । ତେଣୁ ସରପଂଚ ଓ ଏନଜିଓ ମାଧ୍ୟମରେ ଗାଁରେ ବୁଝେଇବାକୁ ପଡ଼ିବ ବୋଲି ଡାକ୍ତର ନିରଜ ମିଶ୍ର କହିଛନ୍ତି ।

Advertisment

ସେପଟେ, କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଆମେ ଷ୍ଟେବୁଲ ସ୍ଥିତିରେ ଅଛୁ । ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ ଥିଲା । ଲକଡାଉନର ପ୍ରଭାବ ୨ରୁ ୮ ସପ୍ତାହ ପରେ ଜଣାପଡ଼ିବ । ସଂକ୍ରମଣ ନିହାତି କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହା ସହ ସେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଫୋକସ ଗ୍ରାମାଂଚଳରେ ରହିଛି ।

ସିରିଜ ଭାବରେ ଗାଁରେ ଟ୍ରେନିଂ ଚାଲିଛି । ଗାଁ ମାନଙ୍କରେ ବଡ଼ ଫୋର୍ସ ହେଉଛନ୍ତି ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ଟ୍ରେନିଂ ଦିଆଯାଇ ସ୍ୱତନ୍ତ୍ର ଭାବରେ କରୋନା ସଂକ୍ରମଣ ଉପରେ ନଜର ରଖିବାକୁ କୁହଯାଇଛି । ସିଡିଏମୋ ଆଉ ଜିଲ୍ଲାପାଳ ରେଗୁଲାର ଆସେସମେଂଟ କରୁଛନ୍ତି । କେନ୍ଦ୍ରର ଏସଓପି ଆସିବା ପୂର୍ବରୁ ରାଜ୍ୟ ସରକାର ଅଗରୁ ହିଁ ଗାଁମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ କରାଇଛନ୍ତି ।