ଅପଂହଚ ଇଲାକାର ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା : ରାଜନଗର ଅଂଚଳରେ ପ୍ରଥମ ଥର ଲାଗି ଚାଲିବ ବୋଟ ଆମ୍ବୁଲାନ୍ସ; ଜରୁରୀକାଳୀନ ସେବା ପାଇଁ ଗୁପ୍ତିଘାଟରେ କରାଗଲା ବ୍ୟବସ୍ଥା

83

କନକ ବ୍ୟୁରୋ : କେନ୍ଦ୍ରପଡା ରାଜନଗରରେ ପ୍ରଥମଥର ପାଇଁ ଚାଲିବ ବୋଟ ଆମ୍ବୁଲାନ୍ସ । ରାଜନଗର ଅଂଚଳର ଅଧିକାଂଶ ଗାଁ ଗୁଡିକ ନଦୀ, ନାଳ ଘେରା ହୋଇଥିବାରୁ ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ ସେହି ଅଂଚଳରେ ପହଁଚି ପାରେନାହିଁ । ଯାହାଫଳରେ ଲୋକେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ ଅଂଚଳ ଗୁଡିକରେ ଆମ୍ବୁଲାନ୍ସ ପହଁଚିପାରୁନାହିଁ, ସେହି ସବୁ ଦୁର୍ଗମ ଅଂଚଳର ଲୋକମାନଙ୍କ ସୁବିଧାକୁ ନଜରର ରଖି ଏହି ବୋଟ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ । ଏହାଦ୍ୱାରା ରାଜନଗର ବ୍ଲକର ପାଖାପାଖି ୫ଟି ପଂଚାୟତର ଲୋକେ ଉପକୃତ ହେବେ । ରାଜନଗର ବ୍ଲକର ଗୁପ୍ତି ଘାଟ ଠାରେ ଏହି ବୋଟ ଆମ୍ବୁଲାନ୍ସଟିକୁ ରଖାଯାଇଛି ।

ରଂଗଣୀ, ତାଳଚୁଆ, ବାଘମାରି, କୃଷ୍ଣନଗର, ଇଶ୍ୱରପୁର, ଘଡିଆମାଳ ପ୍ରଭୃତି ପଂଚାୟତର ରୋଗୀମାନଙ୍କୁ ଏହି ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳିନ ସେବା ଯୋଗାଇ ଦିଆଯିବ । ପ୍ରଥମଥର ପାଇଁ ରାଜନଗର ଅଂଚଳରେ ବୋଟ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିବାରୁ ନଦୀନାଳ ଘେରା ଲୋକେ ଆଶ୍ୱସ୍ତ ହୋଇଛନ୍ତି ।