ଲୋକମାନେ ନିଜସ୍ୱ ଉଦ୍ୟମରେ ସୃଷ୍ଟି କରିଛନ୍ତି ସଞ୍ଜିବନୀ ବାଟିକା । ବାଟିକାରେ ରହିଛି ହରିଡା, ବାହାଡା, ପିପିଲି, କର୍ପୁର, କୁମକୁମ ଭଳି ଅନେକ ଔଷଧୀୟ ବୃକ୍ଷ ।

43

କନକ ବ୍ୟୁରୋ: ବୃକ୍ଷ ହିଁ ଜୀବନ । ଏହି ମର୍ମକୁ ସୁନ୍ଦର ଭାବେ ପ୍ରମାଣିତ କରି ଦେଖାଇଛନ୍ତି ଗାଁର ଲୋକମାନେ । ସୁନ୍ଦରଗଡ ଲେଫ୍ରିପଡା ବ୍ଲକ ଝୁରିମାଲର ଲୋକମାନେ ନିଜସ୍ୱ ଉଦ୍ୟମରେ ସୃଷ୍ଟି କରିଛନ୍ତି ସଞ୍ଜିବନୀ ବାଟିକା । ଏ ହେଉଛି ଏମିତି ଗାଁ ଯେଉଁଠି ଗାଁର ସମସ୍ତେ ଗଛକୁ ବହୁତ ଭଲ ପାଆନ୍ତି । ଏହି ବାଟିକାରେ ୧୦୦ରୁ ଉର୍ଦ୍ଧ ଔଷଧୀୟ ବୃକ୍ଷ ଲଗାଇଛନ୍ତି । ଏହି ବାଟିକାରେ ହରିଡା, ବାହାଡା, ପିପିଲି, କର୍ପୁର, କୁମକୁମ ଭଳି ଅନେକ ଔଷଧୀୟ ବୃକ୍ଷ ରହିଛି । ପ୍ରତିଦିନ ପାଳି କରି ଗ୍ରାମବାସୀ ଏହାର ଯତ୍ନ ନେଉଥିବା ବେଳେ ପ୍ରତିଦିନ ନୂଆ ନୂଆ ଗଛ ଲଗାଉଛନ୍ତି ଏହି ସଞ୍ଜିବନୀ ବାଟିକାରେ ।

କରୋନା ସମୟରେ ଆୟୁର୍ବେଦ ଓ ଓøଷଧୀୟ ଗୁଳ୍ମର ମହତ୍ୱ ଲୋକେ ବୁଝିଛନ୍ତି । ସେବେଠାରୁ ଏହି ବାଟିକାରେ ଭଳିକିଭଳି ଔଷଧୀୟ ଗୁଳ୍ମ ସବୁ ଲଗାଇବା ଆରମ୍ଭ କଲେ । ଆଗାମୀ ଦିନରେ ୫୦୦ରୁ ଅଧିକ ପ୍ରକାରର ଔଷଧୀୟ ବୃକ୍ଷ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଗ୍ରାମବାସୀ । ଏନେଇ ରାତିପାହିଲେ ଗାଁର ଛୋଟରୁ ବଡ ପହଞ୍ଚିଯାଉଛନ୍ତି ବାଟିକାରେ । ଆଉ ଗଛ ସବୁର ଯତ୍ନ ନେଉଛନ୍ତି । ହଜିଯାଉଥିବା ଏହି ସବୁ ଓøଷଧୀୟ ଗୁଳ୍ମ ନେଇ ଗାଁର ଲୋକମାନେ କରିଛନ୍ତି ସଞ୍ଜିବନୀ ବାଟିକା । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି ।