ବର୍ଷ ବର୍ଷ ଧରି ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ଲୋକେ : ଦୂଷିତ ପାଣି ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ଗ୍ରାମବାସୀ

131

କନକ ବ୍ୟୁରୋ : ନାଳପାଣି ଭରସା । ଏ ସମସ୍ୟା ଦିନେ କି ଦି ଦିନ ର ନୁହେଁ । ବର୍ଷ ବର୍ଷ ଧରି ନାଳ ରୁ ପିଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି ଲୋକେ । ଉପାୟ ଶୂନ୍ୟ ଗାଁ ଲୋକେ ଦୂଷିତ ପାଣିକୁ ପିଇ ମୃତ୍ୟୁମୁଖରେ ପଡୁଛନ୍ତି । କୋରାପୁଟ ଜିଲା ବୈପାରିଗୁଡା ପଂଚାୟତ ଅଧିନ ମାଙ୍କଡପାଣି ଗାଁ ରୁ ଏପରି ନଗ୍ନଚିତ୍ର ସାମ୍ନାକୁ ଆସିଛି ।

ମାଥିଲି ବ୍ଲକ ସୀମାନ୍ତ କୁ ଲାଗି ରହିଥିବା ଏହି ଗାଁରେ ପ୍ରତିଦିନ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳରୁ ପିଇବା ପାଇଁ ପାଣି ସଂଗ୍ରହ କରି ଆଣନ୍ତି ଲୋକେ । ତେବେ ଗାଁରେ ପୂର୍ବରୁ ୨ ଟି ନଳକୂପ ଖୋଳାଯାଇଥିଲା । କିନ୍ତୁ ଦୀର୍ଘ ବର୍ଷ ହେବ ଏହା ଅଚଳ ହୋଇପଡିଛି । ନାଳ ପାଣି ପିଇ ଅନେକ ଲୋକେ ବିଭିନ୍ନ ରୋଗରେ ମଧ୍ୟ ପଡୁଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ଗାଁ ରେ ପିଇବା ପାଣି ସମସ୍ୟା ଦୂର ହୋଇପାରୁନାହିଁ । ଆଉ କନକ ନ୍ୟୁଜ ଆଗରେ ନିଜର ଦୁଃଖ ବଖାଣିଛନ୍ତି ଗାଁ ଲୋକେ ।

Comments are closed.