କନକ ବ୍ୟୁରୋ : ନାଳପାଣି ଭରସା । ଏ ସମସ୍ୟା ଦିନେ କି ଦି ଦିନ ର ନୁହେଁ । ବର୍ଷ ବର୍ଷ ଧରି ନାଳ ରୁ ପିଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି ଲୋକେ । ଉପାୟ ଶୂନ୍ୟ ଗାଁ ଲୋକେ ଦୂଷିତ ପାଣିକୁ ପିଇ ମୃତ୍ୟୁମୁଖରେ ପଡୁଛନ୍ତି । କୋରାପୁଟ ଜିଲା ବୈପାରିଗୁଡା ପଂଚାୟତ ଅଧିନ ମାଙ୍କଡପାଣି ଗାଁ ରୁ ଏପରି ନଗ୍ନଚିତ୍ର ସାମ୍ନାକୁ ଆସିଛି ।
ମାଥିଲି ବ୍ଲକ ସୀମାନ୍ତ କୁ ଲାଗି ରହିଥିବା ଏହି ଗାଁରେ ପ୍ରତିଦିନ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳରୁ ପିଇବା ପାଇଁ ପାଣି ସଂଗ୍ରହ କରି ଆଣନ୍ତି ଲୋକେ । ତେବେ ଗାଁରେ ପୂର୍ବରୁ ୨ ଟି ନଳକୂପ ଖୋଳାଯାଇଥିଲା । କିନ୍ତୁ ଦୀର୍ଘ ବର୍ଷ ହେବ ଏହା ଅଚଳ ହୋଇପଡିଛି । ନାଳ ପାଣି ପିଇ ଅନେକ ଲୋକେ ବିଭିନ୍ନ ରୋଗରେ ମଧ୍ୟ ପଡୁଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ଗାଁ ରେ ପିଇବା ପାଣି ସମସ୍ୟା ଦୂର ହୋଇପାରୁନାହିଁ । ଆଉ କନକ ନ୍ୟୁଜ ଆଗରେ ନିଜର ଦୁଃଖ ବଖାଣିଛନ୍ତି ଗାଁ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/29-3.jpg)