କନକ ବ୍ୟୁରୋ : ମାଟ୍ରିକ୍ ସାର୍ଟିଫିକେଟ୍ ସଂଶୋଧନ ପାଇଁ କଟକ ବୋର୍ଡ଼ ଅଫିସରେ ଭିଡ । ଧାଡ଼ିରେ ବ୍ୟାଗ ରଖି ଅଭିଭାବକ ଛିଡ଼ାହୋଇଥିବାର ଦେଖିବାକୁ ମିଳିଛି । ହେଲେ ଖରାରୁ ରକ୍ଷା ପାଇବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାଟ୍ରିକ୍ ସାର୍ଟିଫିକେଟରେ ଥିବା ତ୍ରୁଟି ସଂଶୋଧନ ପାଇଁ ଅଭିଭାବକମାନେ ବୋର୍ଡ ଅଫିସରେ ପହଞ୍ଚିଛନ୍ତି । ୧୪ ତାରିଖ ଶେଷ ତାରିଖ ଥିବାବେଳେ ଆଜି ୧୦ ତାରିଖ ହେଲାଣି । ତେଣୁ ଅଧିକ ସଂଖ୍ୟାରେ ଅଭିଭାବକ ମାନେ ଆସି ବୋର୍ଡ଼ କାର୍ଯ୍ୟାଳୟରେ ପହଞ୍ଚି ଭିଡ଼ ଲଗାଇଛନ୍ତି ।

Advertisment